ମାନହାନି ମାମଲାରେ ରାହୁଲଙ୍କୁ ସମନ୍ କଲେ ଝାଡ଼ଖଣ୍ଡ ଏମପି ଏମଏଲଏ କୋର୍ଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଏକ ଏମପି ଏମଏଲଏ ସ୍ବତନ୍ତ୍ର କୋର୍ଟ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ୍ କରିଛନ୍ତି। ବିଜେପି ଯୁବ ଶାଖା ନେତା ନବୀନ ଝା’ଙ୍କ ଦ୍ବାରା ରୁଜୁ ହୋଇଥିବା ଏକ ମାନହାନି ମାମଲାରେ ରାହୁଲଙ୍କୁ ସମନ୍ କରାଯାଇଛି। ରାହୁଲଙ୍କୁ ଜୁନ୍ ୧୧ ତାରିଖରେ କୋର୍ଟରେ ହାଜର ହେବାପାଇଁ କୁହାଯାଇଛି। ମାମଲାରେ ଅପରାଧିକ ବିଚାରଣକୁ ଚ୍ୟାଲେଂଜ କରି ରାହୁଲ ଗାନ୍ଧୀ କରିଥିବା ଏକ ଆବେଦନକୁ ଝାଡ଼ଖଣ୍ଡ ହାଇକୋର୍ଟ ଖାରଜ କରିବାର ପାଖାପାଖି ୩ ମାସ ପରେ […]

Samaya Live Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଏକ ଏମପି ଏମଏଲଏ ସ୍ବତନ୍ତ୍ର କୋର୍ଟ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ୍ କରିଛନ୍ତି। ବିଜେପି ଯୁବ ଶାଖା ନେତା ନବୀନ ଝା’ଙ୍କ ଦ୍ବାରା ରୁଜୁ ହୋଇଥିବା ଏକ ମାନହାନି ମାମଲାରେ ରାହୁଲଙ୍କୁ ସମନ୍ କରାଯାଇଛି। ରାହୁଲଙ୍କୁ ଜୁନ୍ ୧୧ ତାରିଖରେ କୋର୍ଟରେ ହାଜର ହେବାପାଇଁ କୁହାଯାଇଛି। ମାମଲାରେ ଅପରାଧିକ ବିଚାରଣକୁ ଚ୍ୟାଲେଂଜ କରି ରାହୁଲ ଗାନ୍ଧୀ କରିଥିବା ଏକ ଆବେଦନକୁ ଝାଡ଼ଖଣ୍ଡ ହାଇକୋର୍ଟ ଖାରଜ କରିବାର ପାଖାପାଖି ୩ ମାସ ପରେ ଆଜି ଏହି ସମନ୍ ଜାରି ହୋଇଛି। ନବୀନ ଝା’ଙ୍କ ଓକିଲ ବିନୋଦ ସାହୁ କହିଛନ୍ତି, ଆମେ ଏନବିଡବ୍ଲୁ ( ଜାମିନ ବିହୀନ ଗିରଫ ପରୱାନା) ପାଇଁ ଆବେଦନ କରିଥିଲୁ। ଏଥିପାଇଁ ସାର୍ଥକ ଶର୍ମାଙ୍କ ସ୍ବତନ୍ତ୍ର ଏମପି ଏମଏଲଏ କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୮ ମାର୍ଚ୍ଚ ୧୮ ତାରିଖରେ ବିଜେପି ବିରୋଧରେ ଏକ ଟିପ୍ପଣୀ ଦେଇଥିଲେ। ରାହୁଲ କହିଥିଲେ ,‘ ଏହି ଦେଶର ଲୋକମାନେ କ୍ଷମତା ନିଶାରେ ବୁଡ଼ିଥିବା ମିଛ ବିଜେପି ନେତୃତ୍ବକୁ ଗ୍ରହଣ କରିବେ କାରଣ ସେମାନେ ଜାଣନ୍ତି ବିଜେପି କ’ଣ ପାଇଁ ଗଠନ ହୋଇଛି। ଗାନ୍ଧି ପୁଣିଥରେ କହିଥିଲେ ସେମାନେ ଜେଣ ହତ୍ୟା ଅଭିଯୁକ୍ତକୁ ବିଜେପି ସଭାପତି ଭାବେ ଗ୍ରହଣ କରିବେ କିନ୍ତୁ କଂଗ୍ରେସ ଦଳରେ ଲୋକମାନେ ଏହା ଗ୍ରହଣ କରିପାରିବେନି। ରାହୁଲଙ୍କ ଏହି ଟିପ୍ପଣୀ ପାଇଁ ନବୀନ ଝା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ ।

Tags: