ମାନହାନି ମାମଲାରେ ମେଧା ପାଟକର ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଦ୍ୱାରା ଦାୟର ୨୫ ବର୍ଷର ପୁରୁଣା ମାନହାନି ମାମଲାରେ ସାମାଜିକ କର୍ମୀ ମେଧା ପାଟକରଙ୍କୁ ସୁପ୍ରିମ୍କୋର୍ଟ ସୋମବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଷ୍ଟିସ୍ ଏମ୍ଏମ୍ ସୁନ୍ଦ୍ରେଶ ଓ ଜଷ୍ଟିସ୍ ଏନ୍ କୋଟୀଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମେଧା ପାଟକରଙ୍କୁ ଉତ୍ତମ ଆଚରଣ ପାଇଁ ଦିଲ୍ଲୀ ହାଇକୋର୍ଟ ମୁକ୍ତ କରିଥିବା ମାମଲାରେ ସେମାନେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହନ୍ତି, ବରଂ ତାଙ୍କୁ ପ୍ରତି ତିନି ବର୍ଷରେ ଥରେ […]
ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଦ୍ୱାରା ଦାୟର ୨୫ ବର୍ଷର ପୁରୁଣା ମାନହାନି ମାମଲାରେ ସାମାଜିକ କର୍ମୀ ମେଧା ପାଟକରଙ୍କୁ ସୁପ୍ରିମ୍କୋର୍ଟ ସୋମବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଷ୍ଟିସ୍ ଏମ୍ଏମ୍ ସୁନ୍ଦ୍ରେଶ ଓ ଜଷ୍ଟିସ୍ ଏନ୍ କୋଟୀଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମେଧା ପାଟକରଙ୍କୁ ଉତ୍ତମ ଆଚରଣ ପାଇଁ ଦିଲ୍ଲୀ ହାଇକୋର୍ଟ ମୁକ୍ତ କରିଥିବା ମାମଲାରେ ସେମାନେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହନ୍ତି, ବରଂ ତାଙ୍କୁ ପ୍ରତି ତିନି ବର୍ଷରେ ଥରେ ନିମ୍ନ ଅଦାଲତରେ ହାଜର ହେବାକୁ ପଡ଼ିବ। ତେବେ ଆବେଦନକାରୀଙ୍କ ଓକିଲଙ୍କ ଯୁକ୍ତିକୁ ବିଚାରକୁ ନେଇ ଜରିମାନା ଆଦାୟକୁ ରଦ୍ଦ କରାଯାଇଛି ଏବଂ ତଦାରଖ ଆଦେଶ କାର୍ଯ୍ୟକାରୀ ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜୁଲାଇ ୨୯ତାରିଖରେ ହାଇକୋର୍ଟ ୭୦ ବର୍ଷୀୟ ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ବଜାୟ ରଖିଥିଲେ। ସାକ୍ସେନା ୨୫ ବର୍ଷ ତଳେ ଗୁଜରାଟରେ ଏକ ଏନ୍ଜିଓର ନେତୃତ୍ୱ ନେଉଥିବା ବେଳେ ଏହି ମାମଲା ରୁଜୁ କରିଥିଲେ। ତେବେ ହାଇକୋର୍ଟ ନିମ୍ନ ଅଦାଲତ ଦ୍ୱାରା ଲାଗୁ କରାଯାଇଥିବା ପ୍ରୋବେସନ ସର୍ତ୍ତରେ ପରିବର୍ତ୍ତନ କରି ପାଟକରଙ୍କୁ ପ୍ରତି ତିନି ମାସରେ ଥରେ ନିମ୍ନ ଅଦାଲତରେ ହାଜର ହେବାକୁ ବାଧ୍ୟ କରିଥିଲେ ଏବଂ ତାଙ୍କୁ ଶାରୀରିକ କିମ୍ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ କିମ୍ବା ଓକିଲଙ୍କୁ ପ୍ରତିନିଧି ଭାବେ ପଠାଇବାକୁ ଅନୁମତି ଦେଇଥିଲେ।




