ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ। ମାନହାନି ମାମଲାରେ ସୁରଟ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ଆଜି ଉଚ୍ଚ ଅଦାଲତ ଯିବେ। ମିଳିଥିବା ସୂଚନାନୁଯାୟୀ ରାହୁଲ ଅପରାହ୍ନ ପ୍ରାୟ ୨ଟାରେ ସୁରଟରେ ପହଞ୍ଚିବେ। ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାପାଇଁ ସେ କୋର୍ଟରେ ଆବେଦନ କରିବେ। ସୁରଟ ସେସନ୍ସ କୋର୍ଟ ଆଜି ଏହି ମାମଲାର ଶୁଣାଣି କରିପାରନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏବଂ ବିଭିନ୍ନ କଂଗ୍ରେସ […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ତାଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ। ମାନହାନି ମାମଲାରେ ସୁରଟ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ଆଜି ଉଚ୍ଚ ଅଦାଲତ ଯିବେ। ମିଳିଥିବା ସୂଚନାନୁଯାୟୀ ରାହୁଲ ଅପରାହ୍ନ ପ୍ରାୟ ୨ଟାରେ ସୁରଟରେ ପହଞ୍ଚିବେ। ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାପାଇଁ ସେ କୋର୍ଟରେ ଆବେଦନ କରିବେ। ସୁରଟ ସେସନ୍ସ କୋର୍ଟ ଆଜି ଏହି ମାମଲାର ଶୁଣାଣି କରିପାରନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏବଂ ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାହୁଲଙ୍କ ସହ କୋର୍ଟ ଯିବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ଏବଂ କଂ‌ଗ୍ରେସ ରାଜ୍ୟସଭା‌ ସଦସ୍ୟ କେସି ବେଣୁଗୋପାଳ ମଧ୍ୟ ସୁରଟରେ ରାହୁଲଙ୍କ ସହ ଯୋଗ ଦେବେ। ରାହୁଲଙ୍କ ସୁରଟ ଗସ୍ତ ପୂର୍ବରୁ ଆଜି ସୁରଟରେ ରାସ୍ତା ସାରା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଏବଂ ସୋନିଆଙ୍କର ପୋଷ୍ଟର ଓ ହୋର୍ଡିଂ ଲାଗିଛି। କ‌ଂଗ୍ରେସ ନେତାମାନେ ଆଜି ସୁରଟରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ କଂଗ୍ରେସର ଶକ୍ତି ପ୍ରଦର୍ଶନକୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସମାଲୋଚନା କରିଛନ୍ତି। ଏହା ନ୍ୟାୟପାଳିକା ଉପରେ ଚାପ ପକାଉଛି ବୋଲି ସେ କହିଛନ୍ତି। ଉଲ୍ଲେଖ‌‌‌ଯୋଗ୍ୟ ଯେ ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ସୁରଟ କୋର୍ଟ ଗତ ମାର୍ଚ୍ଚ ୨୩ ତାରିଖରେ ରାହୁଲଙ୍କୁ ଦୋଷୀସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ। ତେବେ ଦଣ୍ଡାଦେଶ ହେବା ସହ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି। ରାହୁଲ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବାପାଇଁ ମଧ୍ୟ ନୋଟିସ କରାଯାଇଛି।

Tags: