ମାନବ ଇତିହାସରେ ଜୁଲାଇ ୨୦୨୩ ସବୁଠାରୁ ଉତ୍ତପ୍ତ ମାସ
ନୂଆଦିଲ୍ଲୀ : ଜୁଲାଇ ୨୦୨୩କୁ ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ଜଳବାୟୁ ବିଜ୍ଞାନୀମାନେ ଘୋଷଣା କରିଛନ୍ତି। ଜାତିସଂଘ ଏବଂ ଆମେରିକାର ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସା ମଧ୍ୟ ଏଥିରେ ସମାନ ମତ ରଖିଛି। ନାସାରା ଜଳବାୟୁ ବୈଜ୍ଞାନିକ ଗୋବିନ୍ ସିମିଟ୍ ଉପଗ୍ରହ ତଥ୍ୟର ବିଶ୍ଳେଷଣ କରି ଏହି ତଥ୍ୟ ରଖିଥିବା ବେଳେ ଆଜି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ଜୁଲାଇ ତାପମାତ୍ରା ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ। ଏହା ସବୁ ରେକର୍ଡ […]
ନୂଆଦିଲ୍ଲୀ : ଜୁଲାଇ ୨୦୨୩କୁ ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ଜଳବାୟୁ ବିଜ୍ଞାନୀମାନେ ଘୋଷଣା କରିଛନ୍ତି। ଜାତିସଂଘ ଏବଂ ଆମେରିକାର ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସା ମଧ୍ୟ ଏଥିରେ ସମାନ ମତ ରଖିଛି। ନାସାରା ଜଳବାୟୁ ବୈଜ୍ଞାନିକ ଗୋବିନ୍ ସିମିଟ୍ ଉପଗ୍ରହ ତଥ୍ୟର ବିଶ୍ଳେଷଣ କରି ଏହି ତଥ୍ୟ ରଖିଥିବା ବେଳେ ଆଜି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ଜୁଲାଇ ତାପମାତ୍ରା ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ। ଏହା ସବୁ ରେକର୍ଡ ଭାଙ୍ଗି ଦେଇଛି। ଗୁଟେରସ କହିଛନ୍ତି , ଆଗକୁ ଗ୍ଲୋବାଲ ୱାର୍ମିଂ ନୁହେଁ, ଗ୍ଲୋବାଲ ବଏଲିଂ ଯୁଗ ଆସୁଛି। ଚଳିତ ବର୍ଷର ଜୁଲାଇ ବିଗତ କେତେ ଶହ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ବୋଲି ଗତ ୨୧ ତାରିଖ ଦିନ ପ୍ରଥମେ ନାସା ଘୋଷଣା କରିଥିଲା। ପରିବେଶରେ ସବୁଜ ଗ୍ୟାସ୍ର ଲଗାତାର ନିର୍ଗମନ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଏଲ୍ନିନୋର ମଧ୍ୟ କିଛି ପ୍ରଭାବ ରହିଛି ବୋଲି ସେ କହିଛନ୍ତି। ଏବେ ଆମେରିକା, ୟୁରୋପ ଏବଂ ଏସିଆର ଅନେକ ଅଂଚଳରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଛି। ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ୍ ମହାସାଗରରେ ଏଲ୍ନିନୋର ପ୍ରଭାବ ବୃଦ୍ଧି ଯୋଗୁ ତାପମାତ୍ରା ଅନେକ ସ୍ଥାନରେ ୪୨ ଡିଗ୍ରି ସେଲସିୟସ ଛୁଇଁଛି । ଜଳବାୟୁ ପରିବର୍ତ୍ତନ ଜନିତ କାରଣ ଯୋଗୁଁ ଏସିଆରେ କେବଳ ୨୦୨୨ରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।




