ମାନବୀୟ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଜେଲେନ୍ସ୍କି
ନୂଆଦିଲ୍ଲୀ: ମାନବୀୟ ସହାୟତା ପାଇଁ ୟୁକ୍ରେନ୍ ଏବେ ଭାରତ ପାଖରେ ପହଞ୍ଚିଛି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କି ଏସଂକ୍ରାନ୍ତରେ ଏକ ପତ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବିବୃତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଆସିଥିବା ଉକ୍ତ ଚଠିକୁ ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍ର ଉପବୈଦେଶିକ ମନ୍ତ୍ରୀ ଏମାଇନ୍ ଜାପାରୋଭା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ଦେଇଥିଲେ। […]
ନୂଆଦିଲ୍ଲୀ: ମାନବୀୟ ସହାୟତା ପାଇଁ ୟୁକ୍ରେନ୍ ଏବେ ଭାରତ ପାଖରେ ପହଞ୍ଚିଛି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କି ଏସଂକ୍ରାନ୍ତରେ ଏକ ପତ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏକ ବିବୃତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ଆସିଥିବା ଉକ୍ତ ଚଠିକୁ ଭାରତ ଗସ୍ତରେ ଆସିଥିବା ୟୁକ୍ରେନ୍ର ଉପବୈଦେଶିକ ମନ୍ତ୍ରୀ ଏମାଇନ୍ ଜାପାରୋଭା ମଙ୍ଗଳବାର ଦିନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖିଙ୍କୁ ଦେଇଥିଲେ। ଔଷଧ ଏବଂ ଡାକ୍ତରୀ ଉପକରଣ ସମେତ ଆହୁରି ମାନବୀୟ ସହାୟତା ପଠାଇବା ପାଇଁ ୟୁକ୍ରେନ୍ ଉକ୍ତ ପତ୍ରରେ ଅନୁରୋଧ କରିଛି। ଏହାଛଡ଼ା, ୟୁକ୍ରେନ୍ରେ ଭିତ୍ତିଭୂମି ପୁନଃନର୍ମାଣ କାର୍ଯ୍ୟ ଭାରତୀୟ କମ୍ପାନିମାନେ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ବାରା ଭାରତୀୟ କମ୍ପାନିମାନଙ୍କ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି କରିବ। ସେହିପରି, ବିଦେଶୀ ଡାକ୍ତରୀ ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ଦେଶରେ ୟୁନିଫାଏଡ୍ ଷ୍ଟେଟ୍ କ୍ବାଲିଫିକେସନ୍ ପରୀକ୍ଷା ଦେବା ପାଇଁ ୟୁକ୍ରେନ୍ ଅନୁମତି ଦେଇଛି। ଫଳରେ ଯୁଦ୍ଧଯୋଗୁଁ ୟୁକ୍ରେନ୍ ଛାଡ଼ି ଚାଲି ଆସିଥିବା ହଜାର ହଜାର ଭାରତୀୟ ଡାକ୍ତରୀ ଶିକ୍ଷାର୍ଥୀ ଉପକୃତ ହେବେ ବୋଲି ଏମାଇନ୍ ଜାପାରୋଭା କହିଥିବା କଥା ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି।




