ମାତୃତ୍ବ ଛୁଟି ୯ ମାସ ବଢ଼ାଇବାକୁ ନିତି ଆୟୋଗ ସଦସ୍ୟଙ୍କ ମତ
ନୂଆଦିଲ୍ଲୀ: ମହିଳା କର୍ମଚାରୀମାନଙ୍କୁ ୯ ମାସର ମାତୃତ୍ବ ଛୁଟି ପ୍ରଦାନ କରିବା ଉପରେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ବିଚାର କରିବା ଆବଶ୍ୟକ। ନିତି ଆୟୋଗ ସଦସ୍ୟ ଭିକେ ପଲ୍ ଏହା କହିଛନ୍ତି। ମାତୃତ୍ବ ସୁବିଧା (ସଂଶୋଧନ) ବିଧେୟକ-୨୦୧୬ ସଂସଦରେ ୨୦୧୭ ମସିହାରେ ଗୃହୀତ ହେବାପରେ ମାତୃତ୍ବ ଛୁଟି ପୂର୍ବର ୧୨ ସପ୍ତାହ ପରିବର୍ତ୍ତେ ୨୬ ସପ୍ତାହକୁ ବଢ଼ିଛି। ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ବସି ଏ ସଂପର୍କରେ ଆଲୋଚନା କରନ୍ତୁ ବୋଲି ଫିକି […]
ନୂଆଦିଲ୍ଲୀ: ମହିଳା କର୍ମଚାରୀମାନଙ୍କୁ ୯ ମାସର ମାତୃତ୍ବ ଛୁଟି ପ୍ରଦାନ କରିବା ଉପରେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ବିଚାର କରିବା ଆବଶ୍ୟକ। ନିତି ଆୟୋଗ ସଦସ୍ୟ ଭିକେ ପଲ୍ ଏହା କହିଛନ୍ତି। ମାତୃତ୍ବ ସୁବିଧା (ସଂଶୋଧନ) ବିଧେୟକ-୨୦୧୬ ସଂସଦରେ ୨୦୧୭ ମସିହାରେ ଗୃହୀତ ହେବାପରେ ମାତୃତ୍ବ ଛୁଟି ପୂର୍ବର ୧୨ ସପ୍ତାହ ପରିବର୍ତ୍ତେ ୨୬ ସପ୍ତାହକୁ ବଢ଼ିଛି। ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ବସି ଏ ସଂପର୍କରେ ଆଲୋଚନା କରନ୍ତୁ ବୋଲି ଫିକି ମହିଳା ସଂଗଠନ (ଏଫଏଲଓ) ପକ୍ଷରୁ ପଲ୍ଙ୍କ ମନ୍ତବ୍ୟ ଉପରେ କୁହାଯାଇଛି। ମାତୃତ୍ବ ଛୁଟି ୯ ମାସକୁୂ ବଢ଼ାଇବା ସଂକ୍ରାନ୍ତରେ ଖୁବ୍ ଶୀଘ୍ର ବିଚାରବିମର୍ଶ ଆରମ୍ଭ ହୋଇପାରେ।




