ମାଟ୍ରି‌ମୋନିଆଲ ସାଇଟ୍‌ରେ ମହିଳାଙ୍କ ଦ୍ବାରା ବ୍ଲାକମେଲ୍‌ର ଶିକାର ହୋଇ ୧.୧ କୋଟି ଟଙ୍କା ହରାଇଲେ ସଫ୍ଟୱେୟାର ଇଂଜିନିୟର

ନୂଆଦିଲ୍ଲୀ: ପୁଣି ଜଣେ ସଫ୍ଟୱେୟାର ଇଂଜିନିୟର ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ବ୍ରିଟେନରେ ସଫ୍ଟୱେୟାର ଇଂଜିନିୟର ଭାବେ କାର୍ଯ୍ୟରତ । ସେ କିଛି ଅଫିସ କାମ ପାଇଁ ବେଙ୍ଗାଲୁରୁ ଆସିଥିଲେ। ତେବେ ମାଟ୍ରିମୋନିଆଲ ସାଇଟ୍‌‌ରେ ଜଣେ ମହିଳାଙ୍କୁ ସେ ଭେଟିବା ପରେ ତାଙ୍କୁ ଭଲପାଇ ବସିଥିଲେ। ସେମାନେ ପରସ୍ପରକୁ ନମ୍ବର ଦିଆନିଆ ହୋଇ କଥା ହେଉଥିଲେ। ସଫ୍ଟୱେୟାର ଇଞ୍ଜିନିୟର ଉକ୍ତ ମହିଳାଙ୍କୁ ବିବାହ କରିବେ ବୋଲି ସ୍ଥିର କରିଥିଲେ। ମହିଳା ତାଙ୍କୁ କହିଥିଲେ […]

Samaya Live Picture
Published On

ନୂଆଦିଲ୍ଲୀ: ପୁଣି ଜଣେ ସଫ୍ଟୱେୟାର ଇଂଜିନିୟର ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ବ୍ରିଟେନରେ ସଫ୍ଟୱେୟାର ଇଂଜିନିୟର ଭାବେ କାର୍ଯ୍ୟରତ । ସେ କିଛି ଅଫିସ କାମ ପାଇଁ ବେଙ୍ଗାଲୁରୁ ଆସିଥିଲେ। ତେବେ ମାଟ୍ରିମୋନିଆଲ ସାଇଟ୍‌‌ରେ ଜଣେ ମହିଳାଙ୍କୁ ସେ ଭେଟିବା ପରେ ତାଙ୍କୁ ଭଲପାଇ ବସିଥିଲେ। ସେମାନେ ପରସ୍ପରକୁ ନମ୍ବର ଦିଆନିଆ ହୋଇ କଥା ହେଉଥିଲେ। ସଫ୍ଟୱେୟାର ଇଞ୍ଜିନିୟର ଉକ୍ତ ମହିଳାଙ୍କୁ ବିବାହ କରିବେ ବୋଲି ସ୍ଥିର କରିଥିଲେ। ମହିଳା ତାଙ୍କୁ କହିଥିଲେ ଯେ ସେ ତାଙ୍କ ମା’ଙ୍କ ସହ ରହୁଛନ୍ତି ଏବଂ ତାଙ୍କ ବାପାଙ୍କର ମୃତ୍ୟୁ ହୋଇସାରିଛି। ଜୁଲାଇ ୨ ତାରିଖରେ ମହିଳା ଜଣଙ୍କ ଉକ୍ତ ବ୍ୟକ୍ତିଙ୍କଠାରୁ ୧୫୦୦ ଟଙ୍କା ନେଇଥିଲେ। ମା’ଙ୍କ ସ୍ବାସ୍ଥ୍ୟ ସମସ୍ୟା ଅଛି ବୋଲି କହି ସେ ୧୫୦୦ ଟଙ୍କା ମାଗିଥିଲେ। ଜୁଲାଇ ୪ ତାରିଖ‌ରେ ସେ ଉଲଗ୍ନ ଅବସ୍ଥାରେ ବ୍ୟକ୍ତିଙ୍କୁ ଭିଡିଓ କଲ୍‌ କରିଥିଲେ ଏବଂ ଏହି ଭିଡିଓ କଲ୍‌ ରେକର୍ଡ କରିଦେଇଥିଲେ। ଏହାପରେ ମହିଳା ଜଣଙ୍କ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକମେଲ୍‌ କରିବା ଆରମ୍ଭ କରିଥିଲେ। ସେ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ତାଙ୍କ ବାପାମା’ଙ୍କୁ ଏହି ଭିଡିଓ କ୍ଲିପ୍‌ ଦେଇଦେବେ ବୋଲି କହିଥିଲେ। ସଫ୍ଟୱେୟାର ଇଂଜିନିୟର ଏହାପରେ ମହିଳାଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ୍‌ ଏବଂ ୪ଟି ଫୋନ୍‌ ନମ୍ବରରେ ୧,୧୪,୦୦,୦୦୦ ଟଙ୍କା ପଠାଇଥିଲେ। ତେବେ ଏତେ ଟଙ୍କା ନେବାପରେ ବି ସେ ଲଗାତାର ତାଙ୍କୁ ବ୍ଲାକମେଲ୍‌ କରିବାରୁ ଏହାପରେ ଇଂଜିନିୟର ଜଣଙ୍କ ପୁଲିସରେ ଏତଲା ରୁଜୁ କରିଥିଲେ। ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ସିଜ୍‌ କରିଦେଇଛି। କିନ୍ତୁ ସେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି।

Tags: