ମାଗଣା ଯୋଜନା ବିରୋଧରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଦ୍ୟୁତ ମାଗଣା, ପାଣି ମାଗଣା। ମାଗଣା ଶିକ୍ଷା ସହ ଏବେ ପ୍ରତି ମାସରେ ମାଗଣାରେ ଟଙ୍କା ବାଣ୍ଟିବା ପରମ୍ପରା ମଧ୍ୟ ବଢ଼ିଲାଣି। ଏଭଳି ମାଳ ମାଳ ମାଗଣା ଯୋଜନା ପ୍ରାୟ ସବୁ ରାଜ୍ୟରେ ଚାଲିଛି। ରହିଛି। କେବଳ ଭୋଟ୍‌ ବ୍ୟାଙ୍କ୍‌ ପାଇଁ ଏହି ମାଗଣା ସଂସ୍କୃତି ଆରମ୍ଭ ହୋଇଛି। କିନ୍ତୁ ମାଗଣା ସଂସ୍କୃତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଜିଲ୍ଲା କୋର୍ଟର ଜଜ୍‌ଙ୍କ ଦରମା ଏବଂ ପେନସନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ : ବିଦ୍ୟୁତ ମାଗଣା, ପାଣି ମାଗଣା। ମାଗଣା ଶିକ୍ଷା ସହ ଏବେ ପ୍ରତି ମାସରେ ମାଗଣାରେ ଟଙ୍କା ବାଣ୍ଟିବା ପରମ୍ପରା ମଧ୍ୟ ବଢ଼ିଲାଣି। ଏଭଳି ମାଳ ମାଳ ମାଗଣା ଯୋଜନା ପ୍ରାୟ ସବୁ ରାଜ୍ୟରେ ଚାଲିଛି। ରହିଛି। କେବଳ ଭୋଟ୍‌ ବ୍ୟାଙ୍କ୍‌ ପାଇଁ ଏହି ମାଗଣା ସଂସ୍କୃତି ଆରମ୍ଭ ହୋଇଛି। କିନ୍ତୁ ମାଗଣା ସଂସ୍କୃତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଜିଲ୍ଲା କୋର୍ଟର ଜଜ୍‌ଙ୍କ ଦରମା ଏବଂ ପେନସନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ନିରାଶ କରିଛି। ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ମାଗଣା ଯୋଜନାକୁ ଦର୍ଶାଇ କୋର୍ଟ କହିଛନ୍ତି, ଯେଉଁମାନେ କିଛି କାମ କରୁ ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ଟଙ୍କା ଅଛି। ହେଲେ ବିଚାରପତିଙ୍କ ଦରମା ଏବଂ ପେନସନ କଥା ଉଠିଲେ ଆର୍ଥିକ ସମସ୍ୟା ଦେଖାଦେଉଛି।

Tags: