ମାଗଣା ବିଜୁଳି ଓ ପାଣି: ଦିଲ୍ଲୀରେ ଭଡ଼ାଟିଆଙ୍କ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ଇସ୍ତାହାର
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ଏକ ଘୋଷଣା କରି କହିଛନ୍ତି ଯେ ଯଦି ଦଳ ବିଧାନସଭା ନିର୍ବାଚନରେ ବିଜୟୀ ହୁଏ ତେବେ ଭଡ଼ାଟିଆମାନଙ୍କୁ ମାଗଣା ବିଜୁଳି ଏବଂ ମାଗଣା ପାଣି ଯୋଗାଇଦେବା ପାଇଁ ଏକ ଯୋଜନା ଆଣିବ। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ଆମେ ଦିଲ୍ଲୀବାସୀଙ୍କୁ ମାଗଣାରେ ବିଜୁଳି ଓ ପାଣି ଯୋଗାଇ ଦେଇଛୁ। ତେବେ ଏହି ସୁବିଧା ଭଡାଟିଆମାନେ ପାଉନଥିବା ଦୁର୍ଭାଗ୍ୟଜନକ। ଆଜି ମୁଁ ଘୋଷଣା […]
ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ଏକ ଘୋଷଣା କରି କହିଛନ୍ତି ଯେ ଯଦି ଦଳ ବିଧାନସଭା ନିର୍ବାଚନରେ ବିଜୟୀ ହୁଏ ତେବେ ଭଡ଼ାଟିଆମାନଙ୍କୁ ମାଗଣା ବିଜୁଳି ଏବଂ ମାଗଣା ପାଣି ଯୋଗାଇଦେବା ପାଇଁ ଏକ ଯୋଜନା ଆଣିବ। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ଆମେ ଦିଲ୍ଲୀବାସୀଙ୍କୁ ମାଗଣାରେ ବିଜୁଳି ଓ ପାଣି ଯୋଗାଇ ଦେଇଛୁ। ତେବେ ଏହି ସୁବିଧା ଭଡାଟିଆମାନେ ପାଉନଥିବା ଦୁର୍ଭାଗ୍ୟଜନକ। ଆଜି ମୁଁ ଘୋଷଣା କରିବାକୁ ଚାହୁଁଛି ଯେ ଯଦି ନିର୍ବାଚନ ପରେ ଆମ ସରକାର ଗଠନ ହୁଏ, ତେବେ ଆମେ ଭଡ଼ାଟିଆମାନଙ୍କୁ ମାଗଣାରେ ବିଜୁଳି ଓ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା ଆରମ୍ଭ କରିବୁ। “ଦିଲ୍ଲୀର ଅଧିକାଂଶ ଭଡ଼ାଟିଆ ପୂର୍ବାଂଚଳର ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅତ୍ୟନ୍ତ ଗରିବ। ସବସିଡି ପାଇବାରେ ଅସମର୍ଥ ହୋଇଥିବାରୁ ସେମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ପାଇଁ ଆମେ ପୁଣି ଥରେ କ୍ଷମତାକୁ ଆସିଲେ ଭଡ଼ାଟିଆଙ୍କ ପାଇଁ ମାଗଣା ବିଜୁଳି ଓ ପାଣି ଯୋଗାଇଦେବା ଆରମ୍ଭ କରିବୁ ବୋଲି କେଜ୍ରିୱାଲ କହିଛନ୍ତି।




