ମହୁଆ ମୈତ୍ର ସଂସଦରୁ ବହିଷ୍କାର ହେବା ମାମଲା, ଜାନୁଆରି ୩କୁ ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଟିଏମସି ସାଂସଦ ମହୁଆ ମୈତ୍ର ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଲୋକସଭାରୁ ବହିଷ୍କୃତ ହେବାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ମହୁଆ ମୈତ୍ରଙ୍କ ଏହି ଆବେଦନ ଉପରେ ଶୁଣାଣିକୁ ଆସନ୍ତା ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ସେ ବହିଷ୍କୃତ ଟିଏମସି ସାଂସଦଙ୍କ ଫାଇଲ୍ ସେ ପଢ଼ିବାପାଇଁ ସୁଯୋଗ ପାଇନାହାନ୍ତି। ତେଣୁ ଶୁଣାଣି ଜାନୁଆରି ୩ ତାରିଖକୁ ସ୍ଥଗିତ ରହିଲା […]
ନୂଆଦିଲ୍ଲୀ : ଟିଏମସି ସାଂସଦ ମହୁଆ ମୈତ୍ର ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଲୋକସଭାରୁ ବହିଷ୍କୃତ ହେବାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ମହୁଆ ମୈତ୍ରଙ୍କ ଏହି ଆବେଦନ ଉପରେ ଶୁଣାଣିକୁ ଆସନ୍ତା ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ସେ ବହିଷ୍କୃତ ଟିଏମସି ସାଂସଦଙ୍କ ଫାଇଲ୍ ସେ ପଢ଼ିବାପାଇଁ ସୁଯୋଗ ପାଇନାହାନ୍ତି। ତେଣୁ ଶୁଣାଣି ଜାନୁଆରି ୩ ତାରିଖକୁ ସ୍ଥଗିତ ରହିଲା ବୋଲି ସେ କହିଛନ୍ତି। ଜଷ୍ଟିସ ସଂଜୀବ ଖାନ୍ନାଙ୍କ ସହ ଜଷ୍ଟିସ ଏସଭିଏନ୍ ଭଟ୍ଟି ମଧ୍ୟ ମୈତ୍ରଙ୍କ ଆବେଦନର ଶୁଣାଣି କରୁଥିଲେ। ଶୁଣାଣି ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବାର ଅର୍ଥ ହେଉଛି ମହୁଆ ମୈତ୍ର ଶୀତ ଅଧିବେଶନର ବାକି ଦିବସ ଗୁଡ଼ିକରେ ବି ଗୃହକାର୍ଯ୍ୟରେ ଯୋଗ ଦେଇପାରିବେନି। ସଂସଦର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ୨୨ରେ ଶେଷ ହେଉଛି। ତେଣୁ ମହୁଆ ଶୀତ ଅଧିବେଶନରେ ଯୋଗ ଦେଇପାରିବେନି। ଉଲ୍ଲେଖଯୋଗ୍ୟ ଯେ ଲୋକସଭା ସଦାଚାର କମିଟିର ରିପୋର୍ଟ ଆଧାରରେ ମହୁଆ ମୈତ୍ର ଗତ ଡିସେମ୍ବର ୮ ତାରିଖରେ ଗୃହରୁ ବହିଷ୍କୃତ ହୋଇଥିଲେ।




