ମହୁଆ ମୈତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଲୋକସଭା ୱେବ୍‌ସାଇଟ୍‌ର ଲଗ୍‌ଇନ୍ ଅଧିକାର ବ୍ୟବସାୟୀଙ୍କୁ ଦେଇଥିଲେ

ନୂଆଦିଲ୍ଲୀ: ଟିଏମ୍‌ସିର ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ‘ପ୍ରଶ୍ନ ପାଇଁ ଲାଞ୍ଚ’ ଅଭିଯୋଗର ତଦନ୍ତ ଦାବି ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ତାଙ୍କ କନିଷ୍ଠ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଚିଠି ଲେଖି ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାପାଇଁ ଅନୁରୋଧ କରିଛନ୍ତି। ରବିବାର ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ଜଣେ ସୁପ୍ରିମ୍‌କୋର୍ଟ ଓକିଲଙ୍କ ପାଖରୁ ସେ […]

Samaya Live Picture
Published On

ନୂଆଦିଲ୍ଲୀ: ଟିଏମ୍‌ସିର ମହୁଆ ମୈତ୍ରଙ୍କ ବିରୋଧରେ ଆସିଥିବା ‘ପ୍ରଶ୍ନ ପାଇଁ ଲାଞ୍ଚ’ ଅଭିଯୋଗର ତଦନ୍ତ ଦାବି ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ତାଙ୍କ କନିଷ୍ଠ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଚିଠି ଲେଖି ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାପାଇଁ ଅନୁରୋଧ କରିଛନ୍ତି। ରବିବାର ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ଜଣେ ସୁପ୍ରିମ୍‌କୋର୍ଟ ଓକିଲଙ୍କ ପାଖରୁ ସେ ଏକ ଚିଠି ପାଇଛନ୍ତି। ଏଥିରେ ମୈତ୍ର ଜଣେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ପ୍ରଶ୍ନ ପାଇଁ ଲାଞ୍ଚ ନେଇଥିବା ସ୍ପଷ୍ଟ ପ୍ରମାଣ ସେ ଦେଇଛନ୍ତି। ଏହା ୨୦୦୫ ମସିହାର ‘ପ୍ରଶ୍ନ ପାଇଁ ଟଙ୍କା’ ମାମଲାର ପୁନରାବୃତ୍ତି ବୋଲି ଦୁବେ ଦର୍ଶାଇଛନ୍ତି। ନିଶିକାନ୍ତ ଦୁବେ ଆଇଟି ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଜଣାଇଛନ୍ତି ଯେ, ଲୋକସଭା ୱେବ୍‌ସାଇଟ୍ ଖୋଲିବା ପାଇଁ ମହୁଆ ମୈତ୍ରଙ୍କର ଯେଉଁ ୟୁଜର ଆଇଡି ଓ ପାସ୍‌ୱାର୍ଡ ରହିଛି, ତାକୁ ସେ ସମ୍ପୃକ୍ତ ବ୍ୟବସାୟୀ ହୀରାନନ୍ଦନାନି ଓ ତାଙ୍କ ରିଅଲ ଇଷ୍ଟେଟ୍‌ ଗ୍ରୁପ୍‌କୁ ଦେଇଥିଲେ, ଯାହାଦ୍ବାରା ନିଜର ବ୍ୟକ୍ତିଗତ ଲାଭ ପାଇଁ ହୀରାନନ୍ଦାନି ଏହାକୁ ବ୍ୟବହାର କରିପାରିବେ। ଯଦି ଏହି ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଏହା ଗୁରୁତର ଆପରାଧିକ ବିଶ୍ବାସ ଭଙ୍ଗ ଓ ଦେଶର ଜାତୀୟ ସୁରକ୍ଷାର ଉଲ୍ଲଂଘନ ହୋଇଥିବାରୁ ତୁରନ୍ତ ଏହା ଉପରେ ତଦନ୍ତ କରାଯିବାର ଆବଶ୍ୟକତା ରହିଛି।

Tags: