ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ଗୃହୀତ, ଆଜି ରାଜ୍ୟସଭାରେ ଆଗତ ହେବ

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଗତକାଲି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଛି। ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରୁଥିବା ଏହି ବିଲ୍‌କୁ ନେଇ ୮ ଘଣ୍ଟାର ବିତର୍କ ହେବାପରେ ବିଲ୍‌ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା। ଏହି ବିଲ୍‌କୁ ବିପୁଳ ସମର୍ଥନ ମିଳିଥିଲା। ବିଲ୍‌ ସପକ୍ଷରେ ୪୫୪ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍‌ ପଡ଼ିଥିଲା। ଗତ ସୋମବାର କେନ୍ଦ୍ର […]

Samaya Live Picture
Published On

ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଗତକାଲି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଛି। ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରୁଥିବା ଏହି ବିଲ୍‌କୁ ନେଇ ୮ ଘଣ୍ଟାର ବିତର୍କ ହେବାପରେ ବିଲ୍‌ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା। ଏହି ବିଲ୍‌କୁ ବିପୁଳ ସମର୍ଥନ ମିଳିଥିଲା। ବିଲ୍‌ ସପକ୍ଷରେ ୪୫୪ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍‌ ପଡ଼ିଥିଲା। ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ବିଲ୍‌କୁ ଅନୁମୋଦନ କରିଥିବା ବେଳେ ମଙ୍ଗଳବାର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍‌କୁ ଲୋକସଭାରେ ଆଗତ କରିଥିଲେ। ଏହି ବିଲ୍‌ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’। ବିଲ୍‌ ଲୋକସଭାରେ ଆଗତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ସେପ୍‌ଟେମ୍ବର ୧୯ ଭାରତର ସଂସଦୀୟ ଇତିହାସରେ ଏକ ‘ଐତିହାସିକ ଦିବସ’। ଏହି ବିଲ୍‌କୁ ଗୃହୀତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦଳର ସମର୍ଥନ ଲୋଡ଼ିଥିଲେ। ଗତକାଲି ବିଲ୍‌ ଉପରେ ଜୋରଦାର ବିତର୍କ ପରେ ଏହା ପାରିତ ହୋଇଥିଲା ଏବଂ ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହେବ। ଏହି ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ପ୍ରଥମ ଜନଗଣନା ଆଧାରରେ ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

Tags: