ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସୋନିଆଙ୍କ ଦାବି

ନୂଆଦିଲ୍ଲୀ : ଲୋକସଭାରେ ଗତକାଲି ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଥିଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍‌ ଆଗତ କରିଥିଲେ। ଉକ୍ତ ବିଲ୍‌ ଉପରେ ଆଜି ଲୋକସଭାରେ ଆଲୋଚନା ଜାରି ରହିଛି। ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଆଜି ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିତର୍କ ଆରମ୍ଭ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ସୋନିଆ ଦାବି କରିଛନ୍ତି। ସୋନିଆ କହିଛନ୍ତି, ଧୂଆଁ […]

Samaya Live Picture
Published On

ନୂଆଦିଲ୍ଲୀ : ଲୋକସଭାରେ ଗତକାଲି ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଥିଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍‌ ଆଗତ କରିଥିଲେ। ଉକ୍ତ ବିଲ୍‌ ଉପରେ ଆଜି ଲୋକସଭାରେ ଆଲୋଚନା ଜାରି ରହିଛି। ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଆଜି ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିତର୍କ ଆରମ୍ଭ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ସୋନିଆ ଦାବି କରିଛନ୍ତି। ସୋନିଆ କହିଛନ୍ତି, ଧୂଆଁ ଭର୍ତ୍ତି ‌ରୋଷେଇ ଘରଠାରୁ ଆରମ୍ଭ କରି ବନ୍ୟା ପ୍ରବଣ ଷ୍ଟାଡିୟମ ପର୍ଯ୍ୟନ୍ତ ଭାରତୀୟ ମହିଳାଙ୍କ ଯାତ୍ରା ବହୁତ ଲମ୍ବା। କିନ୍ତୁ ଶେଷରେ ମହିଳା ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି । ମହିଳାଙ୍କ ଧୈର୍ଯ୍ୟର ସୀମା ମାପିବା କଷ୍ଟଦାୟକ। ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ଦାବି କରି ସୋନିଆ କହିଛନ୍ତି, ଏଥିରେ କୌଣସି ବିଳମ୍ବ ହେଲେ ଏହା ଭାରତୀୟ ମହିଳାଙ୍କ ପ୍ରତି ଅନ୍ୟାୟ ହେବ। ସମସ୍ତ ଜଟିଳତାକୁ ହଟାଇ ମହିଳା ସଂରକ୍ଷଣ ବିଲ୍‌ କାର୍ଯ୍ୟକାରୀ କରିବା କେବଳ ଏକ ଆବଶ୍ୟକ ନୁହେଁ ବରଂ ଏହା ସମ୍ଭବ ମଧ୍ୟ।

Tags: