ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବାପରେ ବିଜେପି ମୁଖ୍ୟାଳୟ ବାହାରେ ଉତ୍ସବର ମାହୋଲ
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଗତକାଲି ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିବସରେ ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଲ୍ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଐତିହାସିକ ସଫଳତା କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ବିଲ୍କୁ ରାଜ୍ୟ ସଭାରେ ସମସ୍ତ ସାଂସଦଙ୍କ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡ଼ିଥିବା ବେଳେ ବିଲ୍ ବିରୋଧରେ […]
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଗତକାଲି ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିବସରେ ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଲ୍ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଐତିହାସିକ ସଫଳତା କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ବିଲ୍କୁ ରାଜ୍ୟ ସଭାରେ ସମସ୍ତ ସାଂସଦଙ୍କ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡ଼ିଥିବା ବେଳେ ବିଲ୍ ବିରୋଧରେ ଗୋଟିଏ ବି ଭୋଟ୍ ପଡ଼ିନାହିଁ। ପ୍ରାୟ ୮ ଘଣ୍ଟାର ବିତର୍କ ପରେ ବିଲ୍ ଉପରେ ଭୋଟ୍ ଗ୍ରହଣ ହୋଇଥିଲା ଏବଂ ସମସ୍ତ ସଦସ୍ୟ ବିଲ୍କୁ ସମର୍ଥନ କରି ଇତିହାସ ସୃଷ୍ଟି କରିଛନ୍ତି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍ ଗତକାଲି ଲୋକସଭାରେ ଗୃହୀତ ହୋଇଥିଲା। ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା। ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍କୁ ଅନୁମୋଦନ କରିଥିଲେ। ସଂସଦରେ ଗୃହୀତ ହୋଇଥିବା ଏହି ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ଜନଗଣନା ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ ଏହା କାର୍ଯ୍ୟକାରୀ ହେବ ।
ସଂସଦରେ ମହିଳା ବିଲ୍ ଗୃହୀତ ହେବାପରେ ଆଜି ସବୁଠି ଉତ୍ସବର ମାହୋଲ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟ ବାହାରେ ଆଜି ଉତ୍ସବ ମନାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚି ଉତ୍ସବରେ ସାମିଲ ହୋଇଛନ୍ତି।




