ମହିଳା ସଂରକ୍ଷଣ ବିଲ୍କୁ ନେଇ ଲୋକସଭାରେ ବିଜେପି – ବିରୋଧୀ ମୁହାଁମୁହିଁ
ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲ୍କୁ ନେଇ ଆଜି ଲୋକସଭାରେ ବିଜେପି ଏବଂ ବିରୋଧୀ ନେତାମାନେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମହିଳା ସଂରକ୍ଷଣ ବିଲ୍ ସଂକ୍ରାନ୍ତରେ ଆଲୋଚନାରେ ଭାଗ ନେବାବେଳେ ମହିଳା ସଂରକ୍ଷଣ ବିଲ୍ ଅଧୀନରେ ସେ ଓବିସି ଏବଂ ଏସ୍ସି କୋଟା ଦାବି କରିଛନ୍ତି। ଭାରତୀୟ ମହିଳାଙ୍କ ତ୍ୟାଗ ଏବଂ ସଫଳତା ଉପରେ ଗୁରୁତ୍ବାରୋପ କରି ସୋନିଆ ମହିଳା ସଂରକ୍ଷଣ ବିଲ୍ର ଶ୍ରେୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି। […]
ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲ୍କୁ ନେଇ ଆଜି ଲୋକସଭାରେ ବିଜେପି ଏବଂ ବିରୋଧୀ ନେତାମାନେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମହିଳା ସଂରକ୍ଷଣ ବିଲ୍ ସଂକ୍ରାନ୍ତରେ ଆଲୋଚନାରେ ଭାଗ ନେବାବେଳେ ମହିଳା ସଂରକ୍ଷଣ ବିଲ୍ ଅଧୀନରେ ସେ ଓବିସି ଏବଂ ଏସ୍ସି କୋଟା ଦାବି କରିଛନ୍ତି। ଭାରତୀୟ ମହିଳାଙ୍କ ତ୍ୟାଗ ଏବଂ ସଫଳତା ଉପରେ ଗୁରୁତ୍ବାରୋପ କରି ସୋନିଆ ମହିଳା ସଂରକ୍ଷଣ ବିଲ୍ର ଶ୍ରେୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି। ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ସେ ଦାବି କରିଛନ୍ତି। ତୁରନ୍ତ ଜାତିଗତ ଜନଗଣନା କରିବାପାଇଁ ମଧ୍ୟ କଂଗ୍ରେସ ଦାବି କରିଛି। ତେବେ ବିଜେପିର ନିଶିକାନ୍ତ ଡୁବେ ଏହାର ଜବାବ ଦେଇଛନ୍ତି। ଡୁବେ କହିଛନ୍ତି, ବିଲ୍ ଉପରୁ ନଜର ହଟାଇବାପାଇଁ ଏବଂ ମହିଳା ବିଲ୍ ପାଇଁ ସବୁ ଶ୍ରେୟ ନେବାକୁ ଏହା କଂଗ୍ରେସର ଏକ ଉଦ୍ୟମ। କଂଗ୍ରେସ କେବେ ବି ପୂର୍ବରୁ ଓବିସି ସଂରକ୍ଷଣ ବିଲ୍ କଥା କହିନାହିଁ। କେବଳ ରାଜନୈତିକ ଫାଇଦା ପାଇବାପାଇଁ ଏଭଳି ନୂଆ ଉଦ୍ୟମ କରାଯାଉଛି।




