ମହିଳା ସଂରକ୍ଷଣ ବିଲ୍କୁ କ୍ୟାବିନେଟ ମଂଜୁରି
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରି ମିଳିଛି। ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଆଜି ଲୋକସଭାରେ ଏହି ବିଲ୍ ଆଗତ ହୋଇପାରେ। ଏକ ବିଶ୍ବସ୍ତ ସୂତ୍ରରୁ ଏହା ଜଣାଯାଇଛି। ବିଲ୍ରେ ଲୋକସଭା ଏବଂ ବିଧାନସଭା ଗୁଡ଼ିକରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାକୁ ୧୦୮ତମ ସମ୍ବିଧାନ ସଂଶୋଧନ ବିଲ୍ ମଧ୍ୟ କୁହାଯାଇଥାଏ। ୨୦୧୦ ମସିହାରେ ଉକ୍ତ ବିଲ୍ ରାଜ୍ୟସଭାରେ […]
ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍କୁ ମଞ୍ଜୁରି ମିଳିଛି। ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ଆଜି ଲୋକସଭାରେ ଏହି ବିଲ୍ ଆଗତ ହୋଇପାରେ। ଏକ ବିଶ୍ବସ୍ତ ସୂତ୍ରରୁ ଏହା ଜଣାଯାଇଛି। ବିଲ୍ରେ ଲୋକସଭା ଏବଂ ବିଧାନସଭା ଗୁଡ଼ିକରେ ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାକୁ ୧୦୮ତମ ସମ୍ବିଧାନ ସଂଶୋଧନ ବିଲ୍ ମଧ୍ୟ କୁହାଯାଇଥାଏ। ୨୦୧୦ ମସିହାରେ ଉକ୍ତ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏହାର ୧୩ ବର୍ଷ ପରେ ବିଲ୍ର ଭାଗ୍ୟ ଫିଟିଛି।
ବିଲ୍ରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ଆସନଗୁଡ଼ିକରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ। ତେବେ ବିଲ୍ କାର୍ଯ୍ୟକାରୀ ହେବାର ୧୫ ବର୍ଷ ପରେ ସଂରକ୍ଷଣକୁ ବନ୍ଦ କରାଯିବା ବ୍ୟବସ୍ଥା ରହିଥିବା କୁହାଯାଉଛି। ଏସସି, ଏସଟି ଆଦି ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ଥିବା ଆସନଗୁଡ଼ିକରେ ମଧ୍ୟ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ। ଲୋକସଭାରେ ଏବେ କେବଳ ୧୫ ପ୍ରତିଶତ ମହିଳା ପ୍ରତିନିଧିତ୍ବ କରୁଛନ୍ତି। ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ବିଧାୟକଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି।




