ମହିଳା ଇଞ୍ଜିନିୟରଙ୍କୁ ଚେନରେ ବାନ୍ଧିଲେ, ବ୍ଲେଡରେ କାଟିଲେ ଏବଂ ଜିଅନ୍ତା ଜାଳିଲେ ସହପାଠୀ
ନୂଆଦିଲ୍ଲୀ : ଚେନ୍ନା୍ଇରେ ଅତି ଅଭାବନୀୟ ଘଟଣା ଘଟିଛି। ଜଣେ ୨୪ ବର୍ଷୀୟା ମହିଳାଙ୍କୁ ତାଙ୍କ ପିଲାଦିନର ସାଙ୍ଗ ତଥା ସହପାଠୀ ତାଙ୍କ ଜନ୍ମଦିନରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ମହିଳା ହେଉଛନ୍ତି ଜଣେ ଇଞ୍ଜିନିୟର। ତାଙ୍କୁ ଚେନ୍ରେ ବାନ୍ଧି, ବ୍ଲେଡ୍ରେ କାଟି ଜିଅନ୍ତା ଜାଳି ଦିଆଯାଇଛି। ମୃତ ମହିଳାଙ୍କ ନାଁ ନନ୍ଦିନୀ। ହତ୍ୟା କରିଥିବା ଅଭିଯୁକ୍ତର ନାଁ ଭେଟ୍ରିମରନ। ତାକୁ ଗିରଫ କରାଯାଇଛି ଏବଂ ନ୍ୟାୟିକ ହାଜତକୁ ପଠାଯାଇଛି। […]
ନୂଆଦିଲ୍ଲୀ : ଚେନ୍ନା୍ଇରେ ଅତି ଅଭାବନୀୟ ଘଟଣା ଘଟିଛି। ଜଣେ ୨୪ ବର୍ଷୀୟା ମହିଳାଙ୍କୁ ତାଙ୍କ ପିଲାଦିନର ସାଙ୍ଗ ତଥା ସହପାଠୀ ତାଙ୍କ ଜନ୍ମଦିନରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ମହିଳା ହେଉଛନ୍ତି ଜଣେ ଇଞ୍ଜିନିୟର। ତାଙ୍କୁ ଚେନ୍ରେ ବାନ୍ଧି, ବ୍ଲେଡ୍ରେ କାଟି ଜିଅନ୍ତା ଜାଳି ଦିଆଯାଇଛି। ମୃତ ମହିଳାଙ୍କ ନାଁ ନନ୍ଦିନୀ। ହତ୍ୟା କରିଥିବା ଅଭିଯୁକ୍ତର ନାଁ ଭେଟ୍ରିମରନ। ତାକୁ ଗିରଫ କରାଯାଇଛି ଏବଂ ନ୍ୟାୟିକ ହାଜତକୁ ପଠାଯାଇଛି। ଭେଟ୍ରିମରନ ନନ୍ଦିନୀଙ୍କୁ ଜିଅନ୍ତା ଜାଳି ଫୋପାଡ଼ି ଦେଇଥିଲା। ସ୍ଥାନୀୟ ଲୋକମାନେ ନନ୍ଦିନୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ପୁଲିସରେ ଖବର ଦେଇଥିଲେ। ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ହସ୍ପିଟାିଲ ନେଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଅନୁଯାୟୀ ନନ୍ଦିନୀ ଏବଂ ଭେଟ୍ରିମରନ ମଦୁରାଇ ବାସିନ୍ଦା। ସେମାନେ ଦଶମ ପର୍ଯ୍ୟନ୍ତ ଏକାଠି ପାଠ ପଢ଼ିଥିଲେ। ଉଭୟ ଗତ ୮ ମାସ ହେବ ଏକ ଆଇଟି କମ୍ପାନିରେ କାମ କରୁଥିଲେ। ତେବେ ନନ୍ଦିନୀ ଅନ୍ୟ ଜଣଙ୍କ ସହ ଅଧିକ ନିକଟତର ହୋଇଯିବାରୁ ଭେଟ୍ରିମରନ ତାଙ୍କ ଉପରେ ରାଗ ରଖି ତାଙ୍କୁ ହତ୍ୟା କରିଛନ୍ତି।




