ମହିଳାଙ୍କ ହଜିଯାଇଥିବା ଆଇଫୋନ୍ ୩ ଘଣ୍ଟାରେ ଖୋଜି ଦେବାରୁ ଦିଲ୍ଲୀ ପୁଲିସକୁ ପ୍ରଶଂସା

ନୂଆଦିଲ୍ଲୀ : ଜଣେ ମହିଳା ଦିଲ୍ଲୀ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି। ମହିଳାଙ୍କର ହଜିଯାଇଥିବା ଆଇଫୋନକୁ ପୁଲିସ ମାତ୍ର ୩ ଘଣ୍ଟା ମଧ୍ୟରେ ଖୋଜିଦେବାରୁ ସେ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଏକତା ଠାକୁର ଦିଲ୍ଲୀ ପୁଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀର ମୁନିରକାରେ ଏହି ଘଟଣା ଘଟିଛି। ମହିଳା ଜଣଙ୍କ କହିଛନ୍ତି, ହେଡ କନେଷ୍ଟବଳ ଅଜୟ ଯାଦବ, ଅନିଲ ଯାଦବ ଏବଂ ଗିରିରାଜ ରାଓ ତାଙ୍କ ଫୋନ୍ ଖୋଜିଦେବାରେ କରିଥିବା ସହଯୋଗ ପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ : ଜଣେ ମହିଳା ଦିଲ୍ଲୀ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି। ମହିଳାଙ୍କର ହଜିଯାଇଥିବା ଆଇଫୋନକୁ ପୁଲିସ ମାତ୍ର ୩ ଘଣ୍ଟା ମଧ୍ୟରେ ଖୋଜିଦେବାରୁ ସେ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଏକତା ଠାକୁର ଦିଲ୍ଲୀ ପୁଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦିଲ୍ଲୀର ମୁନିରକାରେ ଏହି ଘଟଣା ଘଟିଛି। ମହିଳା ଜଣଙ୍କ କହିଛନ୍ତି, ହେଡ କନେଷ୍ଟବଳ ଅଜୟ ଯାଦବ, ଅନିଲ ଯାଦବ ଏବଂ ଗିରିରାଜ ରାଓ ତାଙ୍କ ଫୋନ୍ ଖୋଜିଦେବାରେ କରିଥିବା ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ। ଦିଲ୍ଲୀ ସହରକୁ ସୁରକ୍ଷିତ ରଖିବା ଦିଗରେ ଦିଲ୍ଲୀ ପୁଲିସର ଲଗାତାର ସେବା ପାଇଁ ସେ ଗଭୀର ଭାବେ ଋଣି ବୋଲି ସେ କହିଛନ୍ତି। ଠାକୁର କହିଛନ୍ତି, ତାଙ୍କ ଫୋନ ହଜିଯାଇଥିବା ଖବର ପାଇ ପୁଲିସ ତାଙ୍କୁ ଥାନାକୁ ନେଇଥିଲା ଏବଂ ଏତଲା ରୁଜୁ କରାଇଥିଲା। ଜିଓ ରେକର୍ଡରୁ ଆଇଏମ୍ଇଆଇ ନମ୍ବର ମାଗି ପୁଲିସ ଫୋନକୁ ଟ୍ରାକ୍ କରିଥିଲା। ଏହାପରେ ସେମାନେ ଫୋନଟିକୁ ପାଇବାରେ ସକ୍ଷମ ହୋଇଥିଲେ।

Tags: