ମହିଳାଙ୍କ ଅଶ୍ଳୀଳ ଭିଡିଓ ରଖି ବ୍ଲାକମେଲ୍ କରୁଥିଲା ଅମୃତପାଲ
ନୂଆଦିଲ୍ଲୀ, ୨୩/୩ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲକୁ ଧରିବାପାଇଁ ଲଗାତାର ୬ ଦିନ ଧରି ଅପରେସନ୍ ଜାରି ରହିଛି। କିନ୍ତୁ ପୁଲିସ ଅମୃତପାଲର ପତ୍ତା ପାଉନି। ପ୍ରତିଦିନ ଅମୃତପାଲକୁ ନେଇ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ‘ୱାରିସ ପଂଜାବ ଦେ ମୁଖ୍ୟ’ ଅମୃତପାଲ ଅନେକ ମହିଳାଙ୍କ ସହ ଅନଲାଇନ୍ରେ ଭିଡିଓ ଚାଟ୍ କରୁଥିଲା। ଅମୃତପାଲ ଅନେକ ବିବାହିତ ଏବଂ ଅବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିଥିଲା। କିନ୍ତୁ ସେ […]
ନୂଆଦିଲ୍ଲୀ, ୨୩/୩ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲକୁ ଧରିବାପାଇଁ ଲଗାତାର ୬ ଦିନ ଧରି ଅପରେସନ୍ ଜାରି ରହିଛି। କିନ୍ତୁ ପୁଲିସ ଅମୃତପାଲର ପତ୍ତା ପାଉନି। ପ୍ରତିଦିନ ଅମୃତପାଲକୁ ନେଇ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ‘ୱାରିସ ପଂଜାବ ଦେ ମୁଖ୍ୟ’ ଅମୃତପାଲ ଅନେକ ମହିଳାଙ୍କ ସହ ଅନଲାଇନ୍ରେ ଭିଡିଓ ଚାଟ୍ କରୁଥିଲା। ଅମୃତପାଲ ଅନେକ ବିବାହିତ ଏବଂ ଅବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିଥିଲା। କିନ୍ତୁ ସେ ପୂର୍ବରୁ ସ୍ପଷ୍ଟ କରିଦେଉଥିଲା ଯେ ସେ ଏହି ସମ୍ପର୍କରେ ବେଶୀଦିନ ରହିପାରିବନି। କିନ୍ତୁ ଅମୃତପାଲ ମହିଳାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ରଖି ସେମାନଙ୍କୁ ବ୍ଲାକମେଲ କରୁଥିଲା। ସେମାନଙ୍କଟଠାରୁ ଟଙ୍କା ଦାବି କରୁଥିଲା ଏବଂ ତାର ଆଦେଶ ପାଳନ କରିବାକୁ କହୁଥିଲା। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଅମୃତପାଲ୍ର ଇନଷ୍ଟାଗ୍ରାମରେ ଅନେକ ଅନୁଗାମୀ ଅଛନ୍ତି। ସେମାନେ ଅମୃତପାଲ ସହ ନିୟମିତ ଚାଟ୍ କରନ୍ତି। ଇତି ମଧ୍ୟରେ ଅମୃତପାଲ ବିରୋଧରେ ସଦ୍ୟ ଏତଲା ରୁଜୁ ହୋଇଛି। ଅମୃତପାଲ ଜଲନ୍ଧରର ଏକ ଗୁରୁଦ୍ବାରରେ ବନ୍ଧୁକ ମୁନ ଦେଖାଇ ଖାଦ୍ୟ ଏବଂ ପୋଷାକ ମାଗିଥିଲା। ଏନେଇ ତା’ ବିରୋଧରେ ସଦ୍ୟ ଏତଲା ରୁଜୁ ହୋଇଛି।




