ମହିଳାଙ୍କ ବିରୋଧରେ ହମାସ୍ ବର୍ବରତାର ରିପୋର୍ଟ ସାମ୍ନାକୁ ଆସିଲା
ନୂଆଦିଲ୍ଲୀ : ଦକ୍ଷିଣ ଇସ୍ରାଏଲରେ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏଯାବତ ଇସ୍ରାଏଳ-ହମାସ ଯୁଦ୍ଧ ଲାଗି ରହିଛି। ତେବେ ମହିଳାଙ୍କ ବିରୋଧରେ ହମାସ୍ ବର୍ବରତାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସ ୨ ମାସର ତଦନ୍ତ କରିବାପରେ ମହିଳାଙ୍କୁ ହମାସ ଆତଙ୍କବାଦୀମାନେ କିଭଳି ଅକଥନୀୟ ଅତ୍ୟାଚାର କରିଛନ୍ତି ତାହା ଜାଣିବାକୁ ମିଳିଛି। ହମାସ ଆତଙ୍କବାଦୀମାନେ ମହିଳାଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନା ଦେଇଛନ୍ତି। ମହିଳାଙ୍କୁ ଦୁଷ୍କର୍ମ କରି ହମାସ ଆତଙ୍କବାଦୀମାନେ […]
ନୂଆଦିଲ୍ଲୀ : ଦକ୍ଷିଣ ଇସ୍ରାଏଲରେ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏଯାବତ ଇସ୍ରାଏଳ-ହମାସ ଯୁଦ୍ଧ ଲାଗି ରହିଛି। ତେବେ ମହିଳାଙ୍କ ବିରୋଧରେ ହମାସ୍ ବର୍ବରତାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସ ୨ ମାସର ତଦନ୍ତ କରିବାପରେ ମହିଳାଙ୍କୁ ହମାସ ଆତଙ୍କବାଦୀମାନେ କିଭଳି ଅକଥନୀୟ ଅତ୍ୟାଚାର କରିଛନ୍ତି ତାହା ଜାଣିବାକୁ ମିଳିଛି। ହମାସ ଆତଙ୍କବାଦୀମାନେ ମହିଳାଙ୍କୁ ଅକଥନୀୟ ଶାରୀରିକ ନିର୍ଯାତନା ଦେଇଛନ୍ତି। ମହିଳାଙ୍କୁ ଦୁଷ୍କର୍ମ କରି ହମାସ ଆତଙ୍କବାଦୀମାନେ ସେମାନଙ୍କ ମୁହଁ ପୋଡ଼ି ଦେଇଛନ୍ତି। ଏଭଳି ଜଣେ ପୀଡ଼ିତା ହେଉଛନ୍ତି କେନ୍ଦ୍ରୀୟ ଇସ୍ରାଏଲର ଗଲ୍ ଅବଦୁଶ। ସେ ଏକ ରେଭ୍ ପାର୍ଟିରୁ ଅଦୃଶ୍ୟ ହୋଇଯାଇଥିଲେ। ତେବେ ପରେ ଗଲ ଅବଦୁଶଙ୍କୁ ରାସ୍ତା ଉପରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ମୁହଁ ଜଳି ଯାଇଥିଲା। ଏକ ଭିଡିଓ ପ୍ରମାଣକୁ ଆଧାର କରି ଇସ୍ରାଏଲ ପୁଲିସ ଅଧିକାରୀମାନେ ଏହା ବିଶ୍ବାସ କରୁଛନ୍ତି ଯେ ଗଲ ଅବଦୁଶକୁ ଦୁଷ୍କର୍ମ କରାଯାଇଛି ଏବଂ ତାଙ୍କ ମୁହଁ ପୋଡ଼ି ଦିଆଯାଇଛି।




