ମହିଳାଙ୍କ ପାଇଁ ଭୋଟ୍ ଦେଇ ପୋଲିଂ ଅଫିସର ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକର କଲବର୍ଗି ଜିଲ୍ଲା ଅଧୀନସ୍ଥ ଚିତ୍ତାପୁର ନିର୍ବାଚନ ମଣ୍ଡଳୀର ଏକ ଭୋଟିଂ ବୁଥରେ ଆଜି ଜଣେ ପୋଲିଂ ଅଫିସର ଗିରଫ ହୋଇଛନ୍ତି। ଜଣେ ମହିଳାଙ୍କୁ ଭୋଟ୍ ଦେବାରେ ସାହାଯ୍ୟ କରିବାକୁ ଯାଇ ସେ ବିଜେପି ପାଇଁ ଭୋଟ୍ ଦେଇଥିବା ଅଭିଯୋଗ ହେବାପରେ ତାଙ୍କୁ ଗିରଫ କରାଯାଇଛି। ବସମ୍ମା ଏଣ୍ଟୁମାନ ନାମକ ଜଣେ ପ୍ରାର୍ଥୀ ଆଜି ଚିତ୍ତାପୁରରେ ଏକ ଭୋଟିଂ ବୁଥ୍କୁ ଭୋଟ୍ ଦେବାପାଇଁ ଯାଇଥିଲେ। ତାଙ୍କୁ ଭୋଟ୍ ଦେବାରେ ସାହାଯ୍ୟ କରିବାପାଇଁ ସେ ଜଣେ […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକର କଲବର୍ଗି ଜିଲ୍ଲା ଅଧୀନସ୍ଥ ଚିତ୍ତାପୁର ନିର୍ବାଚନ ମଣ୍ଡଳୀର ଏକ ଭୋଟିଂ ବୁଥରେ ଆଜି ଜଣେ ପୋଲିଂ ଅଫିସର ଗିରଫ ହୋଇଛନ୍ତି। ଜଣେ ମହିଳାଙ୍କୁ ଭୋଟ୍ ଦେବାରେ ସାହାଯ୍ୟ କରିବାକୁ ଯାଇ ସେ ବିଜେପି ପାଇଁ ଭୋଟ୍ ଦେଇଥିବା ଅଭିଯୋଗ ହେବାପରେ ତାଙ୍କୁ ଗିରଫ କରାଯାଇଛି। ବସମ୍ମା ଏଣ୍ଟୁମାନ ନାମକ ଜଣେ ପ୍ରାର୍ଥୀ ଆଜି ଚିତ୍ତାପୁରରେ ଏକ ଭୋଟିଂ ବୁଥ୍କୁ ଭୋଟ୍ ଦେବାପାଇଁ ଯାଇଥିଲେ। ତାଙ୍କୁ ଭୋଟ୍ ଦେବାରେ ସାହାଯ୍ୟ କରିବାପାଇଁ ସେ ଜଣେ ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ମହିଳା ଜଣଙ୍କ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କ ଖଡ଼ଗେଙ୍କୁ ଭୋଟ୍ ଦେବାପାଇଁ ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। କିନ୍ତୁ ସେ ପ୍ରିୟଙ୍କ ଖଡ଼ଗେଙ୍କୁ ଭୋଟ୍ ନଦେଇ ବିଜେପି ପ୍ରାର୍ଥୀ ମଣିକାନ୍ତ ରାଥୋଡ଼ଙ୍କୁ ଭୋଟ ଦେଇଥିଲେ।

Tags: