ମହିଳାଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲା, ଅମଲାଙ୍କ ପୁଅ ଗିରଫ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେରେ ଜଣେ ଅମଲାଙ୍କ ପୁଅ ତାଙ୍କ ଗାର୍ଲଫ୍ରେଣ୍ଡଙ୍ଗ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଛନ୍ତି। ଅମଲାଙ୍କ ପୁଅ ଅଶ୍ବଜିତ ଗାଇକ୍ବାଡ଼ଙ୍କ ସମେତ ମୋଟ୍ ୩ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି। ମାମଲାରେ ଗିରଫ ହୋଇଥିବା ଅନ୍ୟ ୨ଜଣ ହେଉଛନ୍ତି ରୋମିଲ ପାଟିଲ ଏବଂ ସାଗର ସେଡ଼ଗେ। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୧୧ ତାରିଖରେ ଅଶ୍ବଜିତ ତାଙ୍କ ଗାର୍ଲଫ୍ରେଣ୍ଡ ପ୍ରିୟା ସିଂହଙ୍କ ଉପରେ ଗାଡ଼ି ମଡ଼ାଇଥିବା ଅଭିଯୋଗ ହୋଇଥିଲା। ପ୍ରିୟା ସିଂହ […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେରେ ଜଣେ ଅମଲାଙ୍କ ପୁଅ ତାଙ୍କ ଗାର୍ଲଫ୍ରେଣ୍ଡଙ୍ଗ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଛନ୍ତି। ଅମଲାଙ୍କ ପୁଅ ଅଶ୍ବଜିତ ଗାଇକ୍ବାଡ଼ଙ୍କ ସମେତ ମୋଟ୍ ୩ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି। ମାମଲାରେ ଗିରଫ ହୋଇଥିବା ଅନ୍ୟ ୨ଜଣ ହେଉଛନ୍ତି ରୋମିଲ ପାଟିଲ ଏବଂ ସାଗର ସେଡ଼ଗେ। ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୧୧ ତାରିଖରେ ଅଶ୍ବଜିତ ତାଙ୍କ ଗାର୍ଲଫ୍ରେଣ୍ଡ ପ୍ରିୟା ସିଂହଙ୍କ ଉପରେ ଗାଡ଼ି ମଡ଼ାଇଥିବା ଅଭିଯୋଗ ହୋଇଥିଲା। ପ୍ରିୟା ସିଂହ ଗୁରୁତର ଆହତ ହୋଇଛନ୍ତି। ଗାଇକ୍ବାଡ, ପାଟିଏ ଏବଂ ସେଡଗେଙ୍କ ବିରୋଧରେ ଆଇପିସିର ଧାରା ୩୨୩, ୨୭୯ ଏବଂ ୫୦୪ ଅଧୀନରେ ମାମଲା ରୁଜୁ ହୋଇଛି। ତେବେ ଉକ୍ତ ୩ ଜଣଙ୍କୁ ସିଜେଏମ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

Tags: