ମହିଳାଙ୍କ ଉପରେ ଅମଲାଙ୍କ ପୁଅ ଗାଡ଼ି ମଡ଼ାଇବା ମାମଲା , ତଦନ୍ତ କରିବ ଏସ୍ଆଇଟି

ନୂଆଦିଲ୍ଲୀ : ବରିଷ୍ଠ ଅମଲା ଅନିଲ ଗାଇକ୍ବାଡଙ୍କ ପୁଅ ଅଶ୍ବଜିତ ଗାଇକ୍ବାଡ଼ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାର ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ତଦନ୍ତ ହେବ। ମହାରାଷ୍ଟ୍ରର ଥାନେରେ ଡିସେମ୍ବର ୧୧ ତାରିଖ ଭୋର ପ୍ରାୟ ୪.୩୦ ସମୟରେ ଏହି ଘଟଣା ଘଟିଛି। ଥାନେ ପୁଲିସ ଉକ୍ତ ମାମଲାରେ ବିବୃତି ସଂଗ୍ରହ କରୁଛି ଏବଂ ଫରେନ୍ସିକ ପ୍ରମାଣ ମଧ୍ୟ ସଂଗ୍ରହ କରୁଛି। ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ ହୋଇଛି। ଅଭିଯୁକ୍ତ ଗାଇକ୍ବାଡଙ୍କୁ […]

Samaya Live Picture
Published On

ନୂଆଦିଲ୍ଲୀ : ବରିଷ୍ଠ ଅମଲା ଅନିଲ ଗାଇକ୍ବାଡଙ୍କ ପୁଅ ଅଶ୍ବଜିତ ଗାଇକ୍ବାଡ଼ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାର ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ତଦନ୍ତ ହେବ। ମହାରାଷ୍ଟ୍ରର ଥାନେରେ ଡିସେମ୍ବର ୧୧ ତାରିଖ ଭୋର ପ୍ରାୟ ୪.୩୦ ସମୟରେ ଏହି ଘଟଣା ଘଟିଛି। ଥାନେ ପୁଲିସ ଉକ୍ତ ମାମଲାରେ ବିବୃତି ସଂଗ୍ରହ କରୁଛି ଏବଂ ଫରେନ୍ସିକ ପ୍ରମାଣ ମଧ୍ୟ ସଂଗ୍ରହ କରୁଛି। ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ ହୋଇଛି। ଅଭିଯୁକ୍ତ ଗାଇକ୍ବାଡଙ୍କୁ ଏଯାବତ ଏହି ମାମଲାରେ ଜେରା କରାଯାଇନି। ତାଙ୍କ କାର୍ ବି ଗାଏବ ହୋଇଯାଇଛି। ଅଶ୍ବଜିତ ଗାଇକ୍ବାଡଙ୍କ ବାପା ଅନିଲ ଗାଇକ୍ବାଡ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ମ୍ୟାନେଜିଂ ଡାଇରେକ୍ଟର। ଅଶ୍ବଜିତ ଗାଇକ୍ବାଡ ତାଙ୍କ ପ୍ରେମିକା ପ୍ରିୟା ସିଂହଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ପ୍ରିୟା ସିଂହ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ରେ କରିଥିବା ପୋଷ୍ଟ୍ ଅନୁଯାୟୀ ସେ ଅଶ୍ବଜିତଙ୍କୁ ଭେଟିବାପାଇଁ ଡିସେମ୍ବର ୧୧ ତାରିଖରେ ତାଙ୍କର ଏକ ପାରିବାରିକ କାର୍ଯ୍ୟକ୍ରମକୁ ଯାଇଥିଲେ। ଏଠାକୁ ଅଶ୍ବଜିତ ହିଁ ତାଙ୍କୁ ଡକାଇଥିଲେ। କିନ୍ତୁ ସେଠାରେ ପ୍ରିୟା ପହଞ୍ଚିବାବେଳେ ଅଶ୍ବଜିତ ତାଙ୍କୁ ନଚିହ୍ନିବା ଭଳି ବ୍ୟବହାର ଦେଖାଇଥିଲେ। ତାଙ୍କ ସହ ପରେ କଥା ହେବେ ବୋଲି କହିଥିଲେ। ଅଶ୍ବଜିତ ତାଙ୍କୁ ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ତଣ୍ଟି ଚିପି ଦେବାକୁ ବସିଥିଲେ। ଏହାପରେ ପ୍ରିୟା ତାଙ୍କୁ ଠେଲାପେଲା କରିବାପରେ ସେ ପ୍ରିୟାଙ୍କ ଚୁଟି ଟାଣି ତାଙ୍କୁ ମାଡ଼ ମାରିଥିଲେ। ତାଙ୍କର ଜଣେ ସାଙ୍ଗ ତାଙ୍କୁ ତଳେ ପକାଇ ଘୋଷାଡ଼ିଥିଲେ। ଏହି ସମୟରେ ଅଶ୍ବଜିତ ତାଙ୍କ ଡ୍ରାଇଭରଙ୍କୁ ତାଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ କହିଥିଲେ। କିନ୍ତୁ ଅଶ୍ବଜିତ ଗାଇକ୍ବାଡ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Tags: