ମହିଳାଙ୍କୁ ପାଦ୍ରୀଙ୍କ ଚାପୁଡ଼ା, ଭିଡିଓ ଭାଇରାଲ୍‌

ପଞ୍ଜାବ: ଧର୍ମାନ୍ତରୀକରଣ, ଏକାଧିକ ଯୌନ ଉତ୍ପୀଡ଼ନ ଆଦି ମାମଲାରେ ଛନ୍ଦି ହୋଇଥିବା ପଞ୍ଜାବର ଜଣେ ବହୁ ଚର୍ଚ୍ଚିତ ପାଦ୍ରୀ ବଜିନ୍ଦର ସିଂହ ଜଣେ ମହିଳାଙ୍କୁ ଚାପୁଡ଼ା ମାରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି।  ପ୍ରକାଶିତ ଭିଡିଓରେ ବଜିନ୍ଦର ନିଜ ଟେବୁଲ୍‌ ଠାରୁ ଅନତି ଦୂରରେ ବସିଥିବା କେତେକ ଲୋକଙ୍କ ସହ କଥା ହେଉଥିଲେ। ଏହି ସମୟରେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକଙ୍କ ଉପରକୁ ଏକ ପୁସ୍ତକ ଫିଙ୍ଗିଥିଲେ ଓ ତାଙ୍କ ନିକଟକୁ ଯାଇ ଚାପୁଡ଼ା ମାରିଥିଲେ। ପରେ […]

Samaya Live Picture
Published On

ପଞ୍ଜାବ: ଧର୍ମାନ୍ତରୀକରଣ, ଏକାଧିକ ଯୌନ ଉତ୍ପୀଡ଼ନ ଆଦି ମାମଲାରେ ଛନ୍ଦି ହୋଇଥିବା ପଞ୍ଜାବର ଜଣେ ବହୁ ଚର୍ଚ୍ଚିତ ପାଦ୍ରୀ ବଜିନ୍ଦର ସିଂହ ଜଣେ ମହିଳାଙ୍କୁ ଚାପୁଡ଼ା ମାରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି।  ପ୍ରକାଶିତ ଭିଡିଓରେ ବଜିନ୍ଦର ନିଜ ଟେବୁଲ୍‌ ଠାରୁ ଅନତି ଦୂରରେ ବସିଥିବା କେତେକ ଲୋକଙ୍କ ସହ କଥା ହେଉଥିଲେ। ଏହି ସମୟରେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକଙ୍କ ଉପରକୁ ଏକ ପୁସ୍ତକ ଫିଙ୍ଗିଥିଲେ ଓ ତାଙ୍କ ନିକଟକୁ ଯାଇ ଚାପୁଡ଼ା ମାରିଥିଲେ। ପରେ ଜଣେ ମହିଳାଙ୍କକୁ ଅଙ୍ଗୁଳି ଦେଖାଇ କିଛି କହିଥିଲେ। ମହିଳାଙ୍କ ସହ ଏକ ଶିଶୁ ଥିଲା। କଥାବାର୍ତ୍ତା ଚାଲିଥିବା ସମୟରେ ପାଦ୍ରୀଜଣକ ପୁଣିଥରେ ଉତ୍‌କ୍ଷିପ୍ତ ହୋଇ କିଛି କାଗଜକୁ ମହିଳାଙ୍କ ଉପରକୁ ଫିଙ୍ଗିଥିଲେ। ପରେ ମହିଳା ଜଣକ ଟେବୁଲ ନିକଟକୁ ଆସିବା ବେଳେ ପାଦ୍ରୀ ତାଙ୍କୁ ଠେଲିଦେଇଥିଲେ ଓ ଚାପୁଡ଼ା ମାରିଥିଲେ। ଏହାପରେ ଉଭୟ ହାତାହାତି ହେବା ସ୍ଥିତିକୁ ଚାଲିଆସିଥିଲେ। ଏହି ସମୟରେ ପ୍ରକୋଷ୍ଠରେ ଥିବା ଅନ୍ୟମାନେ ହସ୍ତକ୍ଷେପ କରି ଉଭୟଙ୍କୁ ଶାନ୍ତ କରାଇଥିଲେ।

Tags: