ମହିଳାଙ୍କୁ ଆଗକୁ ବଢ଼ିବାକୁ ଦିଅ, ସ୍ବାଧୀନ ଛାଡ଼ିଦିଅ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି, ଦେଶର ମହିଳାଙ୍କୁ ସ୍ବାଧୀନ ଛାଡ଼ିଦିଅ। ସେମାନଙ୍କୁ ତଦାରଖ କରନାହିଁ। ସେମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଅ ନାହିଁ। ସେମାନେ ଯେମିତି ସେଭଳି ରହିବାକୁ ଦିଅ। ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଅ। ଦେଶର ମହିଳାମାନେ ଏତିକି ହିଁ ଚାହାନ୍ତି । । ମହିଳା ସୁରକ୍ଷା ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବିଚାରପତି […]
ନୂଆଦିଲ୍ଲୀ: ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି, ଦେଶର ମହିଳାଙ୍କୁ ସ୍ବାଧୀନ ଛାଡ଼ିଦିଅ। ସେମାନଙ୍କୁ ତଦାରଖ କରନାହିଁ। ସେମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ଲଗାଅ ନାହିଁ। ସେମାନେ ଯେମିତି ସେଭଳି ରହିବାକୁ ଦିଅ। ସେମାନଙ୍କୁ ଆଗକୁ ବଢ଼ିବାକୁ ଦିଅ। ଦେଶର ମହିଳାମାନେ ଏତିକି ହିଁ ଚାହାନ୍ତି । । ମହିଳା ସୁରକ୍ଷା ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବିଚାରପତି ବିଭି ନାଗରଥ୍ନା ଓ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶରେ ମହିଳାଙ୍କ ଉପରେ ବର୍ଦ୍ଧିତ ଅପରାଧ ପ୍ରସଙ୍ଗରେ ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାଙ୍କ ସୁରକ୍ଷା ବିଶେଷତଃ ଲିଙ୍ଗଗତ ହିଂସା, ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ କ୍ଷେତ୍ରରେ ନିଆଯାଉଥିବା ନିର୍ଦ୍ଦିଷ୍ଟ ପଦକ୍ଷେପ ଓ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଦାଖଲ କରାଯାଇଥିଲା। ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗକୁ ଜାତୀୟ ଶିକ୍ଷା ନୀତି (ଏନ୍ଇପି)ରେ ସମ୍ପୃକ୍ତ କରାଯାଇଛି। ଏହାର ବିସ୍ତୃତ ପାଠ୍ୟକ୍ରମ ଦାଖଲ କରିବାକୁ ସମୟ ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ଓକିଲ କହିଥିଲେ। ଏଥିରେ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି କହିଥିଲେ, ଏହାପୂର୍ବରୁ ତୁମକୁ (କେନ୍ଦ୍ର ସରକାରଙ୍କୁ) ଦିଆଯାଇଥିଲା, ଯେତେବେଳେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି ସେତେବେଳେ ପଦକ୍ଷେପ ନେବା ସମୟ ଆସିଛି ବୋଲି କହିଥିଲେ। ଆବେଦନକାରୀ ଓକିଲ ଆବାଦ୍ ପୁଣ୍ଡା କହିଥିଲେ, କେବଳ ପାଠ୍ୟକ୍ରମରେ ସଚେତନତା ଯଥେଷ୍ଟ ନୁହେଁ, କାରଣ ମହିଳାଙ୍କୁ ଉତ୍ପୀଡ଼ନ କରୁଥିବା ଅନେକ ଅପରାଧୀ ସ୍କୁଲ ପିଣ୍ଡା ଚଢ଼ନ୍ତି ନାହିଁ। ଏଣୁ ସମସ୍ତ କ୍ଷେତ୍ରରେ ଏନେଇ ସଚେତନତା ଆବଶ୍ୟକ ବୋଲି କହିଥିଲେ। ଆବେଦନକାରୀ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଉକ୍ତ ପ୍ରସଙ୍ଗରେ ଜବାବ ଦାଖଲ ନିମନ୍ତେ ୩ ସପ୍ତାହ ସମୟ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୬ ତାରିଖକୁ ଧାର୍ଯ୍ୟ ହୋଇଛି।




