ମହିଳାଙ୍କୁ ଅପମାନିତ କରି ଏମ୍ଭିଏ ହାରିଲା: କଙ୍ଗନା ରାଣାୱତ
ଶିମଲା: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୩୨ ଆସନରେ ଜିତିଛି। ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ୨୩୫ ଆସନ ହାସଲ କରି ବିରୋଧୀ ମେଣ୍ଟର ବିପର୍ଯ୍ୟୟ ଘଟାଇଛି। ମହାୟୁତିର ଏହି ବିପୁଳ ବିଜୟରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ କଙ୍ଗନା ରଣାୱତ ବିପକ୍ଷ ମହାବିକାଶ ଅଘାଡ଼ି (ଏମ୍ଭିଏ)କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏମ୍ଭିଏ ନେତାଙ୍କ ରାକ୍ଷସ ଆଚରଣ ଏବଂ ନାରୀଙ୍କ ପ୍ରତି ଅପମାନର ଫଳ ସେମାନଙ୍କୁ ମିଳିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା […]
ଶିମଲା: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସର୍ବାଧିକ ୧୩୨ ଆସନରେ ଜିତିଛି। ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ୨୩୫ ଆସନ ହାସଲ କରି ବିରୋଧୀ ମେଣ୍ଟର ବିପର୍ଯ୍ୟୟ ଘଟାଇଛି। ମହାୟୁତିର ଏହି ବିପୁଳ ବିଜୟରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ କଙ୍ଗନା ରଣାୱତ ବିପକ୍ଷ ମହାବିକାଶ ଅଘାଡ଼ି (ଏମ୍ଭିଏ)କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏମ୍ଭିଏ ନେତାଙ୍କ ରାକ୍ଷସ ଆଚରଣ ଏବଂ ନାରୀଙ୍କ ପ୍ରତି ଅପମାନର ଫଳ ସେମାନଙ୍କୁ ମିଳିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇ କଙ୍ଗନା କହିଛନ୍ତି, ଏଭଳି ଦୁଃସ୍ଥିତି ଉଦ୍ଧବ ଠାକରେଙ୍କ ହେବ ବୋଲି ସେ ଜାଣିଥିଲେ। ନାରୀଙ୍କୁ ପ୍ରଦତ୍ତ ସମ୍ମାନ ଓ ସେମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟକୁ ଅନୁଶୀଳନ କରି କିଏ ଦେବତା ଓ କିଏ ଦୈତ୍ୟ ତାହା ଚିହ୍ନିବାକୁ ପଡ଼ିବ। ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କଙ୍ଗନାଙ୍କ ବାନ୍ଦ୍ରାସ୍ଥିତ ବଙ୍ଗଳାକୁ ବିଏମ୍ସି ଭାଙ୍ଗିଥିଲା। କୋର୍ଟର ହସ୍ତକ୍ଷେପ ପରେ ଏହି ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇଥିଲା। କଙ୍ଗନା ଏହି ପରିପ୍ରେକ୍ଷୀରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।




