ମହାରାଷ୍ଟ୍ର ହସ୍ପିଟାଲରେ ୨୪ ଘଣ୍ଟାରେ ୧୮ ରୋଗୀଙ୍କ ମୃତ୍ୟୁ

ଥାନେ : ମହାରାଷ୍ଟ୍ର ଥାନେ ସହରର ପୌରସଂସ୍ଥା ପରିଚାଳିତ ଡାକ୍ତରଖାନାରେ ମାତ୍ର ୨୪ ଘଣ୍ଟାରେ ୧୮ ରୋଗୀଙ୍କର ମୃତ୍ୟୁ ହୋଇଛି। ଥାନେର କାଲୱାସ୍ଥିତ ସରକାରୀ ପରିଚାଳିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ (ସିଏସ୍‌ଏମ୍‌ଏମ୍‌) ହସ୍ପିଟାଲରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ସଂପର୍କୀୟମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏହି ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଶାସନର ଅବହେଳାରୁ […]

Samaya Live Picture
Published On

ଥାନେ : ମହାରାଷ୍ଟ୍ର ଥାନେ ସହରର ପୌରସଂସ୍ଥା ପରିଚାଳିତ ଡାକ୍ତରଖାନାରେ ମାତ୍ର ୨୪ ଘଣ୍ଟାରେ ୧୮ ରୋଗୀଙ୍କର ମୃତ୍ୟୁ ହୋଇଛି। ଥାନେର କାଲୱାସ୍ଥିତ ସରକାରୀ ପରିଚାଳିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ (ସିଏସ୍‌ଏମ୍‌ଏମ୍‌) ହସ୍ପିଟାଲରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ସଂପର୍କୀୟମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏହି ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଶାସନର ଅବହେଳାରୁ ଏପରି ଘଟଣା ଘଟିଛି ବୋଲି କହିଛନ୍ତି। ଗତ ୧୦ ତାରିଖ ଦିନ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା ଏବଂ ଏହାକୁ ନେଇ କର୍ତ୍ତୃପକ୍ଷ ଆଦୌ ସଜାଗ ହୋଇନଥିବା କୁହାଯାଇଛି। ଏହାପରେ ଗତକାଲି ସକାଳୁ ପୁଣି ଜଣକ ପରେ ଜଣେ ରୋଗୀ ଆଖି ବୁଜି ଦେଇଥିଲେ ଏବଂ ଆଜି ସକାଳ ୯ଟା ସୁଦ୍ଧା ୧୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରଗୁଡ଼ିକୁ ସମବେଦନା ଜଣାଇବା ସହ ପ୍ରଶାସନର ଅବହେଳାକୁ ପାୱାର ସମାଲୋଚନା କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଅଧିକାଂଶ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରବିବାର ମୃତ୍ୟୁସଂଖ୍ୟାକୁ ଅପ୍‌ଡେଟ୍‌ କରାଯାଇଥିଲ ଏବଂ ୨୪ ଘଣ୍ଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Tags: