ମହାରାଷ୍ଟ୍ର ସରକାର ମରାଠା କୋଟାକୁ ସମର୍ଥନ କରୁଛନ୍ତି :ସିନ୍ଦେ
ମୁମ୍ବାଇ: ମରାଠା କୋଟା ଦାବିରେ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରେ ଆନ୍ଦୋଳନ ତେଜିବାରେ ଲାଗିଛି। ମରାଠା କୋଟା ବିବାଦ ବଢ଼ିବାରୁ ଏହା ଉପରେ ଆଜି ଏକ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ରାଜ୍ୟ ସରକାର ମରାଠା କୋଟା ସଂରକ୍ଷଣକୁ ସମର୍ଥନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ମରାଠା କୋଟା ଦାବି ସମର୍ଥନରେ ଅନାହାର ଅନଶନରେ ବସିଥିବା ସାମାଜିକ କର୍ମୀ ମନୋଜ […]
ମୁମ୍ବାଇ: ମରାଠା କୋଟା ଦାବିରେ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରେ ଆନ୍ଦୋଳନ ତେଜିବାରେ ଲାଗିଛି। ମରାଠା କୋଟା ବିବାଦ ବଢ଼ିବାରୁ ଏହା ଉପରେ ଆଜି ଏକ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ରାଜ୍ୟ ସରକାର ମରାଠା କୋଟା ସଂରକ୍ଷଣକୁ ସମର୍ଥନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ମରାଠା କୋଟା ଦାବି ସମର୍ଥନରେ ଅନାହାର ଅନଶନରେ ବସିଥିବା ସାମାଜିକ କର୍ମୀ ମନୋଜ ଜରାଙ୍ଗେ ତାଙ୍କ ଅନଶନ ଭାଙ୍ଗିବାକୁ ନିବେଦନ କରି ଏହି ପ୍ରସ୍ତାବ ଗୃହୀତ ହୋଇଛି। ସିନ୍ଦେ କହିଛନ୍ତି, ମରାଠା ସମ୍ପ୍ରଦାୟ ପାଇଁ କୋଟା ସୁନିଶ୍ଚିତ କରିବାକୁ ଜରାଙ୍ଗେ ସରକାରଙ୍କୁ ସହଯୋଗ କରିବା ଉଚିତ। ସେ କହିଛନ୍ତି, ମରାଠାମାନେ ସଂଯମ ରକ୍ଷା କରିବା ଉଚିତ। ସିନ୍ଦେ କହିଛନ୍ତି, ସଂରକ୍ଷଣ କାର୍ଯ୍ୟକାରୀ କରିବାପାଇଁ ଆଇନଗତ ପ୍ରକ୍ରିୟା ଶେଷ କରିବାକୁ ସରକାରଙ୍କୁ କିଛି ସମୟ ଦରକାର। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ଏନ୍ସିପି ସଭାପତି ଶରଦ ପାୱାର , ଶିବସେନା (ୟୁବିଟି) ନେତା ଅନିଲ ପରବ, ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ବିଜୟ ୱାଡ଼ତିଅର୍ ଏବଂ ଅନ୍ୟମାନେ ଏହି ପ୍ରସ୍ତାବରେ ସ୍ବାକ୍ଷର କରିଛନ୍ତି।




