ମହାରାଷ୍ଟ୍ର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ମୁମ୍ବାଇ : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ନାଗପୁର-ନାଗବିଡ଼ ମାର୍ଗ ନିକଟରେ ଏହି ଦୁର୍ଘଟଣା ହୋଇଛି। ଗୋଟିଏ କାର୍‌ ଏକ ଘରୋଇ ବସ୍‌ରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଛି। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏକ ୯ ବର୍ଷର ଶିଶୁ ଦୁର୍ଘଟଣା ଯୋଗୁଁ ଗୁରୁତର ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ଦୁର୍ଘଟଣା ଏ‌ତେ ଭୟଙ୍କର ଥିଲା […]

Samaya Live Picture
Published On

ମୁମ୍ବାଇ : ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ନାଗପୁର-ନାଗବିଡ଼ ମାର୍ଗ ନିକଟରେ ଏହି ଦୁର୍ଘଟଣା ହୋଇଛି। ଗୋଟିଏ କାର୍‌ ଏକ ଘରୋଇ ବସ୍‌ରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଛି। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏକ ୯ ବର୍ଷର ଶିଶୁ ଦୁର୍ଘଟଣା ଯୋଗୁଁ ଗୁରୁତର ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ଦୁର୍ଘଟଣା ଏ‌ତେ ଭୟଙ୍କର ଥିଲା ଯେ କାର୍‌ କାଟିବାପରେ କାର୍‌ରୁ ମୃତଶରୀର ଗୁଡ଼ିକୁ ବାହାର କରାଯାଇଥିଲା। ସମସ୍ତ ମୃତକଙ୍କୁ ଚିହ୍ନଟ କରାଯାଇଛି। ସେମାନେ ନାଗପୁର ବାସିନ୍ଦା। ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ବସ୍‌ ପୋଲ ଉପରୁ ତଳକୁ ଖସି ଯିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

Tags: