ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ କରୋନା

ମୁମ୍ବାଇ : ମହାରାଷ୍ଟ୍ର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ସଂକ୍ରମିତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ଏହି ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ପାୱାର କହିଛନ୍ତି, ମୋର ଜଣେ କ୍ୟାବିନେଟ୍ ସହକର୍ମୀ ଧନଞ୍ଜୟ ମୁଣ୍ଡେ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଭୟ କରିବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି। ମୁଣ୍ଡେଙ୍କ ଅଫିସ ପକ୍ଷରୁ ମଧ୍ୟ ସେ କରୋନା ସଂକ୍ରମିତ ହୋଇଥିବା କୁହାଯାଇଛି। ତେବେ ସେ କେଉଁ ପ୍ରଜାତିରେ ସଂକ୍ରମିତ ସେନେଇ କିଛି ଜଣାପଡ଼ିନି। […]

Samaya Live Picture
Published On

ମୁମ୍ବାଇ : ମହାରାଷ୍ଟ୍ର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ କରୋନା ସଂକ୍ରମିତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ଏହି ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ପାୱାର କହିଛନ୍ତି, ମୋର ଜଣେ କ୍ୟାବିନେଟ୍ ସହକର୍ମୀ ଧନଞ୍ଜୟ ମୁଣ୍ଡେ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଭୟ କରିବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି। ମୁଣ୍ଡେଙ୍କ ଅଫିସ ପକ୍ଷରୁ ମଧ୍ୟ ସେ କରୋନା ସଂକ୍ରମିତ ହୋଇଥିବା କୁହାଯାଇଛି। ତେବେ ସେ କେଉଁ ପ୍ରଜାତିରେ ସଂକ୍ରମିତ ସେନେଇ କିଛି ଜଣାପଡ଼ିନି। ରାଜ୍ୟ ବିଧାନସଭା ଶୀତ ଅଧିବେଶନର ଶେଷ ଦିନରେ ମୁଣ୍ଡେ କରୋନା ଆକ୍ରାନ୍ତ ହୋଇଛନ୍ତି। ମନ୍ତ୍ରୀ ଏବେ ହୋମ୍ ଆଇସୋଲେସନ୍ରେ ଅଛନ୍ତି। ଧନଞ୍ଜୟ ମୁଣ୍ଡେଙ୍କର ଏବେ କରୋନାର କୌଣସି ଲକ୍ଷଣ ନାହିଁ। ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ କାର୍ଯ୍ୟ କରୁଛନ୍ତି। ମୁଣ୍ଡେଙ୍କ ଅଫିସର ଅନ୍ୟ କିଛି କର୍ମଚାରୀ ମଧ୍ୟ ଅସୁସ୍ଥ ଅଛନ୍ତି। ତେବେ ସେମାନେ ସମସ୍ତେ କରୋନା ନିୟମ ପାଳନ କରୁଛନ୍ତି।

Tags: