ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଧନଞ୍ଜୟ ମୁଣ୍ଡେ
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ମନ୍ତ୍ରିମଣ୍ଡଳରୁ ଆଜି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେଇଛନ୍ତି । ସରପଞ୍ଚ ହତ୍ୟାକୁ ନେଇ ହୋଇଥିବା ରାଜନୀତିରେ ମୁଣ୍ଡେ ବଳି ପଡ଼ି ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ୍ ପାୱାରଙ୍କ ମଧ୍ୟରେ ହୋଇଥିବା ରୁଦ୍ଧଦ୍ବାର ବୈଠକ ପରେ ଚର୍ଚ୍ଚା ହୋଇଥିଲା ଯେ ଧନଞ୍ଜୟ ମୁଣ୍ଡେ ମନ୍ତ୍ରୀପଦରୁ ଇସ୍ତଫା ଦେବେ। ଆଜି ସକାଳୁ ସକାଳୁ ସେ ନିଜର ଇସ୍ତଫା ପତ୍ର […]
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ମନ୍ତ୍ରିମଣ୍ଡଳରୁ ଆଜି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେଇଛନ୍ତି । ସରପଞ୍ଚ ହତ୍ୟାକୁ ନେଇ ହୋଇଥିବା ରାଜନୀତିରେ ମୁଣ୍ଡେ ବଳି ପଡ଼ି ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ୍ ପାୱାରଙ୍କ ମଧ୍ୟରେ ହୋଇଥିବା ରୁଦ୍ଧଦ୍ବାର ବୈଠକ ପରେ ଚର୍ଚ୍ଚା ହୋଇଥିଲା ଯେ ଧନଞ୍ଜୟ ମୁଣ୍ଡେ ମନ୍ତ୍ରୀପଦରୁ ଇସ୍ତଫା ଦେବେ। ଆଜି ସକାଳୁ ସକାଳୁ ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି । ପୂର୍ବରୁ, ମୁଣ୍ଡେଙ୍କ ପ୍ରଥମ ପତ୍ନୀ କରୁଣା ମୁଣ୍ଡେ, ଯିଏ ତାଙ୍କଠାରୁ ଅଲଗା ରହୁଛନ୍ତି, ସେ ଦାବି କରିଥିଲେ ଯେ ସେ ସୋମବାର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଇସ୍ତଫା ଦେବେ। ଉଲ୍ଲେଖଯୋଗ୍ୟ ଯେ ବିଡ଼ ଜିଲ୍ଲାର ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ମଧ୍ୟ ଧନଞ୍ଜୟ ମୁଣ୍ଡେଙ୍କ ନାଁ ଆସିଛି। ଏସ୍ଆଇଟି ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟରେ, ତାଙ୍କର ଘନିଷ୍ଠ ସହଯୋଗୀ ବାଲ୍ମିକ କରାଡଙ୍କୁ ଏହି ହତ୍ୟାର ମାଷ୍ଟରମାଇଣ୍ଡ ଭାବରେ ବର୍ଣ୍ଣନା କରାଯାଇଛି। ଏହି ଘଟଣା ପରେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏନ୍ସିପି ନେତୃତ୍ୱଠାରୁ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଦାବି କରିଥିଲେ।




