ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଭୋଟ୍ ଚୋରି କରିଥିବା ନେଇ ରାହୁଲଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ‘ଭୋଟ ଚୋରି’ର ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କ ବିଧାନସଭା ଆସନରେ ୫ ମାସ ମଧ୍ୟରେ ଭୋଟର ସଂଖ୍ୟାରେ ୮ ପ୍ରତିଶତ ବୃଦ୍ଧି ଘଟିଥିଲା ବୋଲି ସେ ଦାବି କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସମ୍ପର୍କରେ ପୋଷ୍ଟ କରି ରାହୁଲ ଲେଖିଛନ୍ତି, ବୁଥ୍‌ସ୍ତରୀୟ ଅଧିକାରୀମାନେ ନାଗପୁର ଦକ୍ଷିଣ-ପଶ୍ଚିମରେ ଅଜଣା ବ୍ୟକ୍ତିମାନେ ଭୋଟ୍ ଦେଇଥିବା ନେଇ ରିପୋର୍ଟ […]

ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଭୋଟ୍ ଚୋରି କରିଥିବା ନେଇ ରାହୁଲଙ୍କ ଅଭିଯୋଗ
Samaya Live Picture
Published On

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ‘ଭୋଟ ଚୋରି’ର ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କ ବିଧାନସଭା ଆସନରେ ୫ ମାସ ମଧ୍ୟରେ ଭୋଟର ସଂଖ୍ୟାରେ ୮ ପ୍ରତିଶତ ବୃଦ୍ଧି ଘଟିଥିଲା ବୋଲି ସେ ଦାବି କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସମ୍ପର୍କରେ ପୋଷ୍ଟ କରି ରାହୁଲ ଲେଖିଛନ୍ତି, ବୁଥ୍‌ସ୍ତରୀୟ ଅଧିକାରୀମାନେ ନାଗପୁର ଦକ୍ଷିଣ-ପଶ୍ଚିମରେ ଅଜଣା ବ୍ୟକ୍ତିମାନେ ଭୋଟ୍ ଦେଇଥିବା ନେଇ ରିପୋର୍ଟ କରିଛନ୍ତି। ଏହି ଆସନରୁ ଫଡନାବିସ୍‌ ୩୮ହଜାର ଭୋଟ ବ୍ୟବଧାନରେ ଜିତିଥିଲେ। ଏହାସହ ଏକାଧିକ ଗଣମାଧ୍ୟମରେ ମଧ୍ୟ ହଜାର ହଜାର ଠିକଣାବିହୀନ ଭୋଟରଙ୍କ ସମ୍ପର୍କରେ ଖବର ପ୍ରକାଶିତ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଆସନରେ ୫ ମାସ ମଧ୍ୟରେ ଭୋଟର ତାଲିକାରେ ୮ ପ୍ରତିଶତ ବୃଦ୍ଧି ଘଟିଛି। କେତେକ ବୁଥ୍‌ରେ ଏହା ୨୦ରୁ ୫୦ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଏଥିନିମନ୍ତେ ସେ ନିର୍ବାଚନ ଆୟୁକ୍ତଙ୍କୁ ସମାଲୋଚନା କରି ଲେଖିଛନ୍ତି, ନିର୍ବାଚନ ଆୟୁକ୍ତ ନିରବ କିମ୍ବା ଏଥିରେ ସମ୍ପୃକ୍ତ। ଏହା କୌଣସି ସାମାନ୍ୟ ତ୍ରୁଟିବିଚ୍ୟୁତି ନୁହେଁ। ଏହା ଭୋଟ ଚୋରି। ଏହାକୁ ଘୋଡ଼ାଇବା ହିଁ ଏହାକୁ ସ୍ବୀକାର କରିବା ଅଟେ।

Tags: