ମହାରାଷ୍ଟ୍ର ଡିଜିପି ରଶ୍ମି ଶୁକ୍ଲାଙ୍କୁ ତୁରନ୍ତ ପାଇଁ ମହରାଷ୍ଟ୍ର ସରକାରଙ୍କୁ ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶ
ମୁମ୍ବାଇ: ମହାରାଷ୍ଟ୍ର ଡିଜିପି ରଶ୍ମି ଶୁକ୍ଳାଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ବାଚନ କମିସନ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିସନଙ୍କ ଏହି ନିଷ୍ପତ୍ତିକୁ ଏନ୍ସିପି (ଏସ୍ପି) ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଏମ୍ଭିଏ ସହଯୋଗୀ ଶିବସେନା (ୟୁବିଟି) ଓ କଂଗ୍ରେସ ସ୍ୱାଗତ କରିଛନ୍ତି। ରାଜନୈତିକ ଦଳଗୁଡ଼ିକର ଅଭିଯୋଗ ପରେ ଏହି ନିଷ୍ପତ୍ତି ନେଇଥିବା ନିର୍ବାଚନ ଆୟୋଗ ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ପରବର୍ତ୍ତୀ ବରିଷ୍ଠତମ ଆଇପିଏସ୍ ଅଧିକାରୀଙ୍କୁ ଶୁକ୍ଳାଙ୍କ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। […]
ମୁମ୍ବାଇ: ମହାରାଷ୍ଟ୍ର ଡିଜିପି ରଶ୍ମି ଶୁକ୍ଳାଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ବାଚନ କମିସନ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କମିସନଙ୍କ ଏହି ନିଷ୍ପତ୍ତିକୁ ଏନ୍ସିପି (ଏସ୍ପି) ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଏମ୍ଭିଏ ସହଯୋଗୀ ଶିବସେନା (ୟୁବିଟି) ଓ କଂଗ୍ରେସ ସ୍ୱାଗତ କରିଛନ୍ତି। ରାଜନୈତିକ ଦଳଗୁଡ଼ିକର ଅଭିଯୋଗ ପରେ ଏହି ନିଷ୍ପତ୍ତି ନେଇଥିବା ନିର୍ବାଚନ ଆୟୋଗ ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ପରବର୍ତ୍ତୀ ବରିଷ୍ଠତମ ଆଇପିଏସ୍ ଅଧିକାରୀଙ୍କୁ ଶୁକ୍ଳାଙ୍କ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମୁମ୍ବାଇ ପୁଲିସ କମିସନରଙ୍କୁ ଏହି ପଦବିର ଅତିରିକ୍ତ ଦାୟିତ୍ୱରେ ରହିବାକୁ କହିଛନ୍ତି। ନିର୍ବାଚନ ଆୟୋଗ ଠିକ୍ ନିଷ୍ପତ୍ତି ନେଇଛନ୍ତି ଏବଂ ଏଭଳି ବ୍ୟକ୍ତିମାନେ ପଦରେ ରହିବା ଉଚିତ ନୁହେଁ ବୋଲି ପାୱାର ମୁମ୍ବାଇରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମଧ୍ୟ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ନାଗପୁରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପ୍ରଦେଶ କଂଗ୍ରେସ ସଭାପତି ନାନା ପଟୋଲେ କହିଛନ୍ତି ଯେ ଶୁକ୍ଳା ବିଜେପିକୁ ସମର୍ଥନ କରୁଥିଲେ ଏବଂ ବିରୋଧୀ ନେତାଙ୍କ ଫୋନ୍ ଟ୍ୟାପିଂ କରୁଥିଲେ। ଆମେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲୁ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଦୁଇ ବର୍ଷର ଅବଧି ବୃଦ୍ଧି କରିବା ସହ ନିଜ ନିର୍ବାଚନୀ ସ୍ୱାର୍ଥ ପାଇଁ ଡିଜିପି କରିଥିଲେ ବୋଲି ପଟୋଲେ ଅଭିଯୋଗ କରିଛନ୍ତି।




