ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟଙ୍କ ‘ରାମ ମନ୍ଦିର ଶୁଦ୍ଧିକରଣ ଟିପ୍ପଣୀକୁ ନେଇ ବିବାଦ

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଅଯୋଧ୍ୟା ରାମ ମନ୍ଦିର ଉପରେ ଏକ ଟିପ୍ପଣୀ ଦେଇ ବଡ଼ ଧରଣର ବିବାଦ ସୃଷ୍ଟି କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ କ’ଣ କରିବ ବୋଲି ବର୍ଣ୍ଣନା କରିବାକୁ ଯାଇ ପାଟୋଲ କହିଛନ୍ତି, ଇଣ୍ଡିଆ‌ ମେଣ୍ଟରେ ସାମିଲ ଥିବା ତାମିଲନାଡ଼ୁର ଡିଏମକେ ଏବଂ ପଶ୍ଚିମବଙ୍ଗର ଟିଏମସି ରାମମନ୍ଦିର ଶୁଦ୍ଧିକରଣ କରିବେ। ପାଟୋଲ କହିଛନ୍ତି, ଆମେ ରାମମନ୍ଦିର ଶୁଦ୍ଧିକରଣ କରିବୁ। ଏହା କେବଳ ଇଣ୍ଡିଆ ମେଣ୍ଟ କହୁନାହିଁ। ବରଂ […]

Samaya Live Picture
Published On

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଅଯୋଧ୍ୟା ରାମ ମନ୍ଦିର ଉପରେ ଏକ ଟିପ୍ପଣୀ ଦେଇ ବଡ଼ ଧରଣର ବିବାଦ ସୃଷ୍ଟି କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିଲେ କ’ଣ କରିବ ବୋଲି ବର୍ଣ୍ଣନା କରିବାକୁ ଯାଇ ପାଟୋଲ କହିଛନ୍ତି, ଇଣ୍ଡିଆ‌ ମେଣ୍ଟରେ ସାମିଲ ଥିବା ତାମିଲନାଡ଼ୁର ଡିଏମକେ ଏବଂ ପଶ୍ଚିମବଙ୍ଗର ଟିଏମସି ରାମମନ୍ଦିର ଶୁଦ୍ଧିକରଣ କରିବେ। ପାଟୋଲ କହିଛନ୍ତି, ଆମେ ରାମମନ୍ଦିର ଶୁଦ୍ଧିକରଣ କରିବୁ। ଏହା କେବଳ ଇଣ୍ଡିଆ ମେଣ୍ଟ କହୁନାହିଁ। ବରଂ ସନାତନ ଧର୍ମର ଶଙ୍କରାଚାର୍ଯ୍ୟ ମଧ୍ୟ ରାମ ମନ୍ଦିରର ଶୁଦ୍ଧିକରଣ ପାଇଁ ରାଜି ଅଛନ୍ତି। କଂଗ୍ରେସ ନେତା କହିଛନ୍ତି, ନରେନ୍ଦ୍ର ମୋଦୀ ଯେଉଁଭଳି ଭାବେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି ତାହା ଭୁଲ୍‌ ଥିଲା ଏବଂ ଆମକୁ ଏହା ଠିକ୍‌ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ପାଟୋଲଙ୍କ ଟିପ୍ପଣୀକୁ ବିଜେପି ନେତାମାନେ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ହିନ୍ଦୁମାନଙ୍କ ସ୍ବାର୍ଥରେ କ୍ଷତି ପହଞ୍ଚାଇବା କାମ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

Tags: