ମହାରାଷ୍ଟ୍ର ଏକ୍ସପ୍ରେସୱେରେ ବସ୍ ଜଳିଗଲା, ୨୫ ଯାତ୍ରୀ ଜୀବନ୍ତ ଦଗ୍ଧ
ମୁମ୍ବାଇ : ମହାରାଷ୍ଟ୍ରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ଗତକାଲି ରାତି ୨ଟାରେ ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସୱେରେ ଏକ ଏସି ବସ୍ ଜଳିଯାଇଛି। ଫଳରେ ବସ୍ ଭିତରେ ଥିବା ୨୫ ଜଣ ଯାତ୍ରୀ ଜିଅନ୍ତା ଜଳି ଯାଇଛନ୍ତି। ଦୁର୍ଘଟଣା ଘଟିବା ସମୟରେ ସମସ୍ତେ ଶୋଇଥିଲେ। ପ୍ରାୟ ୩୩ ଜଣ ଯାତ୍ରୀ ବସ୍ ମଧ୍ୟରେ ଥିଲେ। ଅନ୍ୟ ୮ ଜଣ ଯାତ୍ରୀ ଏବେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ବସ୍ଟି […]
ମୁମ୍ବାଇ : ମହାରାଷ୍ଟ୍ରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ଗତକାଲି ରାତି ୨ଟାରେ ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସୱେରେ ଏକ ଏସି ବସ୍ ଜଳିଯାଇଛି। ଫଳରେ ବସ୍ ଭିତରେ ଥିବା ୨୫ ଜଣ ଯାତ୍ରୀ ଜିଅନ୍ତା ଜଳି ଯାଇଛନ୍ତି। ଦୁର୍ଘଟଣା ଘଟିବା ସମୟରେ ସମସ୍ତେ ଶୋଇଥିଲେ। ପ୍ରାୟ ୩୩ ଜଣ ଯାତ୍ରୀ ବସ୍ ମଧ୍ୟରେ ଥିଲେ। ଅନ୍ୟ ୮ ଜଣ ଯାତ୍ରୀ ଏବେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ବସ୍ଟି ପୁନେ ଅଭିମୁଖେ ଯାଉଥିବାବେଳେ ବାଟରେ ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସୱେରେ ଦୁର୍ଘଟଣା ହୋଇଛି। ବସ୍ଟି ଏକ ପୋଲ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ବସ୍ର ଟାୟାର ଫାଟିଯିବା ଫଳରେ ଏହା ଏକ ଖୁଣ୍ଟିରେ ପିଟି ହୋଇଯାଇଥିଲା ଏବଂ ଓଲଟି ପଡ଼ିଥିଲା। ବସ୍ର ଦ୍ବାରଟି ତଳକୁ ରହିଯାଇଥିଲା। ଫଳରେ କୌଣସି ଯାତ୍ରୀ ବସ୍ରୁ ବାହାରି ପାରିନଥିଲେ। ବୁଲଧନା ଏସ୍ପି ସୁନୀଲ କଦାସନେ କହିଛନ୍ତି, ସମସ୍ତ ଆହତଙ୍କୁ ଏବେ ଚିକିତ୍ସା କରାଯାଉଛି। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ଏବଂ ଏକ ମାମଲା ରୁଜୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।




