ମହାରାଷ୍ଟ୍ର ଆଦିବାସୀ ମନ୍ତ୍ରୀଙ୍କ ବିିବାଦୀୟ ବୟାନ , ମାଛ ଖାଇଲେ ଐଶ୍ବର୍ଯ୍ୟାଙ୍କ ଭଳି ଆଖି ହେବ
ମୁମ୍ବାଇ: ମହାରାଷ୍ଟ୍ରର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟକୁମାର ଗଭିତ ଏକ ବିବାଦୀୟ ବୟାନ ଦେଇଛନ୍ତି। ନନ୍ଦୁରବର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଯେଉଁମାନେ ନିୟମିତ ଭାବେ ମାଛ ଖାଆନ୍ତି ସେମାନଙ୍କ ଆଖି ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଭଳି ସୁନ୍ଦର ହୋଇଥାଏ। ଯେଉଁମାନେ ମାଛ ନିୟମିତ ଖାଆନ୍ତି ସେମାନଙ୍କ ଚର୍ମ ଭଲ ରହିଥାଏ ଏବଂ ଆଖି ଚମକି ଥାଏ। ଐଶ୍ବର୍ଯ୍ୟା ରାୟଙ୍କ ସଂପର୍କରେ ମନ୍ତ୍ରୀ କହିଥିଲେ ଐଶ୍ବର୍ଯ୍ୟା ମାଙ୍ଗାଲୁରୁରେ ସମୁଦ୍ର କୂଳରେ ବାସ କରୁଥିଲେ। […]
ମୁମ୍ବାଇ: ମହାରାଷ୍ଟ୍ରର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟକୁମାର ଗଭିତ ଏକ ବିବାଦୀୟ ବୟାନ ଦେଇଛନ୍ତି। ନନ୍ଦୁରବର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଯେଉଁମାନେ ନିୟମିତ ଭାବେ ମାଛ ଖାଆନ୍ତି ସେମାନଙ୍କ ଆଖି ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଭଳି ସୁନ୍ଦର ହୋଇଥାଏ। ଯେଉଁମାନେ ମାଛ ନିୟମିତ ଖାଆନ୍ତି ସେମାନଙ୍କ ଚର୍ମ ଭଲ ରହିଥାଏ ଏବଂ ଆଖି ଚମକି ଥାଏ। ଐଶ୍ବର୍ଯ୍ୟା ରାୟଙ୍କ ସଂପର୍କରେ ମନ୍ତ୍ରୀ କହିଥିଲେ ଐଶ୍ବର୍ଯ୍ୟା ମାଙ୍ଗାଲୁରୁରେ ସମୁଦ୍ର କୂଳରେ ବାସ କରୁଥିଲେ। ସେ ପ୍ରତିଦିନ ମାଛ ଖାଆନ୍ତି। ଆପଣମାନେ ତାଙ୍କ ଆଖିକୁ ଦେଖିଛନ୍ତି? ତୁମମାନଙ୍କର ଆଖି ମଧ୍ୟ ତାଙ୍କ ଭଳି ହେବ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଏଭଳି ଭାଷଣର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ୬୮ ବର୍ଷୀୟ ମନ୍ତ୍ରୀଙ୍କର ଝିଅ ହେନା ଗଭିତ ବିଜେପି ଦଳରୁ ଲୋକସଭା ସାଂସଦ ଅଛନ୍ତି।




