ମହାରାଷ୍ଟ୍ରରେ ୨୮ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବନ କଲା କଂଗ୍ରେସ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧରେ କଂଗ୍ରେସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ମୋଟ ୨୮ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବିତ କରିଛି। ଏହି ନେତାମାନେ ଆଗାମୀ ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି (ଏମ୍‌ଭିଏ) ମେଣ୍ଟର ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେଣୁ ସେମାନଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ଏମ୍‌ପିସିସି) ପ୍ରଥମେ ୨୧ ଜଣ ପ୍ରାର୍ଥୀଙ୍କୁ ନିଲମ୍ବିତ କରିଥିବା […]

Samaya Live Picture
Published On

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଦ୍ରୋହୀ ପ୍ରାର୍ଥୀଙ୍କ ବିରୋଧରେ କଂଗ୍ରେସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ମୋଟ ୨୮ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିଲମ୍ବିତ କରିଛି। ଏହି ନେତାମାନେ ଆଗାମୀ ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି (ଏମ୍‌ଭିଏ) ମେଣ୍ଟର ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେଣୁ ସେମାନଙ୍କ ବିରୋଧରେ ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ଏମ୍‌ପିସିସି) ପ୍ରଥମେ ୨୧ ଜଣ ପ୍ରାର୍ଥୀଙ୍କୁ ନିଲମ୍ବିତ କରିଥିବା ବେଳେ ପରେ ଆଉ ୭ ଜଣ ନେତାଙ୍କୁ ନିଲମ୍ବିତ କରିଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରର ୨୨ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢୁଥିବା ୨୮ ଜଣ ବିଦ୍ରୋହୀ କଂଗ୍ରେସ ନେତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ପ୍ରଭାବ ୨୨ଟି ଆସନ ଉପରେ ମଧ୍ୟ ପଡ଼ିବ। କଂଗ୍ରେସ ହାଇକମାଣ୍ଡ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲାକ୍ (ରାମଟେକ୍ ଆସନ), ଯଜ୍ଞବଳ୍କ୍ୟ ଜିଚକର (କଟୋଲ ଆସନ), କମଲ ବ୍ୟବହାରେ (କସବା ଆସନ), ମନୋଜ ସିନ୍ଦେ (କୋପ୍ରି ପଚପାଖାଡି ଆସନ) ଓ ଆବା ବାଗୁଲ (ପାର୍ବତୀ ଆସନ)ଙ୍କ ସମେତ ପ୍ରମୁଖ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ। ମୁଖ୍ୟ ମୁକାବିଲା ଶାସକ ମହାୟୁତି ଓ ଏମ୍‌ଭିଏ ମଧ୍ୟରେ ରହିଛି। ମହାୟୁତି ମେଣ୍ଟରେ ବିଜେପି, ଶିବସେନା (ଏକନାଥ ସିନ୍ଦେ) ଓ ଏନ୍‌ସିପି (ଅଜିତ ପାୱାର) ଥିବା ବେଳେ ଏମ୍‌ଭିଏ ମେଣ୍ଟରେ କଂଗ୍ରେସ, ଶିବସେନା (ୟୁବିଟି) ଓ ଏନ୍‌ସିପି (ଶରଦ ପାୱାର) ସାମିଲ ଅଛନ୍ତି।

Tags: