ମହାରାଷ୍ଟ୍ରରେ ୨୦ଟି ଆସନରେ ଲଢ଼ିବ ସମାଜବାଦୀ ପାର୍ଟି
ନାସିକ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଢ଼ିବାକୁ ୫ଟି ଆସନ ମାଗିଥିଲା ସମାଜବାଦୀ ପାର୍ଟି (ସପା)। କିନ୍ତୁ ଇଣ୍ଡି-ମେଣ୍ଟ ଅନ୍ତର୍ଭୁକ୍ତ ମହାବିକାଶ ଅଘାଡ଼ି (ଏମ୍ଭିଏ) ନିଷ୍ପତ୍ତି ନେବାରେ ଅହେତୁକ ବିଳମ୍ବ କରିବାରୁ ଦଳର ମୁଖ୍ୟ ଅଖିଳେଶ ଯାଦବ ଅସନ୍ତୁଷ୍ଟ ହୋଇଛନ୍ତି। ଏଣୁ ଦଳ ରାଜ୍ୟରେ ଅନ୍ତତଃ ୨୦ଟି ଆସନରେ ଲଢ଼ିବା କଥା ବିଚାର କରୁଛି ବୋଲି ରାଜ୍ୟ ଏସ୍ପି ସଭାପତି ଆବୁ ଆଜମୀ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଆଜମୀ କହିଛନ୍ତି ଯେ ଶିବସେନା (ୟୁବିଟି) […]
ନାସିକ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଢ଼ିବାକୁ ୫ଟି ଆସନ ମାଗିଥିଲା ସମାଜବାଦୀ ପାର୍ଟି (ସପା)। କିନ୍ତୁ ଇଣ୍ଡି-ମେଣ୍ଟ ଅନ୍ତର୍ଭୁକ୍ତ ମହାବିକାଶ ଅଘାଡ଼ି (ଏମ୍ଭିଏ) ନିଷ୍ପତ୍ତି ନେବାରେ ଅହେତୁକ ବିଳମ୍ବ କରିବାରୁ ଦଳର ମୁଖ୍ୟ ଅଖିଳେଶ ଯାଦବ ଅସନ୍ତୁଷ୍ଟ ହୋଇଛନ୍ତି। ଏଣୁ ଦଳ ରାଜ୍ୟରେ ଅନ୍ତତଃ ୨୦ଟି ଆସନରେ ଲଢ଼ିବା କଥା ବିଚାର କରୁଛି ବୋଲି ରାଜ୍ୟ ଏସ୍ପି ସଭାପତି ଆବୁ ଆଜମୀ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଆଜମୀ କହିଛନ୍ତି ଯେ ଶିବସେନା (ୟୁବିଟି) ଧୁଲେ ସହର ପାଇଁ ଅନିଲ ଗୋଟେଙ୍କ ପ୍ରାର୍ଥିତ୍ୱ ଘୋଷଣା କରିବା ପରେ ସେ ତାଙ୍କ ଦଳର ମୁଖ୍ୟଙ୍କ ସହ କଥା ହୋଇଥିଲେ। ସପା ଯେଉଁ ୫ଟି ଆସନରେ ଲଢ଼ିବାକୁ ଚାହୁଛି ସେଥିମଧ୍ୟରୁ ଏହା ଅନ୍ୟତମ। ଯେହେତୁ ଏମ୍ଭିଏ ଆମ ଅନୁରୋଧକୁ ପୂରଣ କରିନାହିଁ, ତେଣୁ ଆମେ ଅତି କମ୍ରେ ୨୦ଟି ଆସନରେ ଲଢ଼ିବାକୁ ଯୋଜନା କରିଛୁ। ଯଦି ସେହି ନିର୍ବାଚନ ମଣ୍ଡଳୀରେ ଧର୍ମନିରପେକ୍ଷ ଭୋଟରେ ବିଭାଜନ ହୁଏ ତେବେ ଏମ୍ଭିଏ ନେତୃବୃନ୍ଦ ଦାୟୀ ରହିବେ ବୋଲି ଆଜମୀ କହିଛନ୍ତି। ଧୁଲେ ସିଟି, ମାଲେଗାଓଁ ସେଣ୍ଟ୍ରାଲ, ଭିୱାଣ୍ଡି ପୂର୍ବ, ଭିୱାଣ୍ଡି ପଶ୍ଚିମ ଓ ମାନଖୋର୍ଦ ଶିବାଜୀ ନଗର ଭଳି ପାଞ୍ଚଟି ଆସନରେ ସପା ପ୍ରାର୍ଥୀଙ୍କୁ ‘ଏବି’ ଫର୍ମ ବଣ୍ଟନ କରିସାରିଛି।




