ମହାରାଷ୍ଟ୍ରରେ ଶାହଙ୍କ ରାତି ଅଧିଆ ବୈଠକ, ଆସନ ବୁଝାମଣା ଚୂଡ଼ାନ୍ତ
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡ଼ନାବିସଙ୍କ ସହ ବୈଠକ କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏହି ବୈଠକରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଅଧିକାଂଶ ଆସନରେ ବୁଝାମଣା ସ୍ଥିର ହୋଇଛି। ଆଜି ସକାଳେ ମଧ୍ୟ ପାୱାର ଏବଂ ଫଡ଼ନାବିସ ଶାହଙ୍କୁ ଭେଟିଛନ୍ତି। ସୂଚନାନୁଯାୟୀ ବିଜେପି ୩୨ରୁ ଅଧିକ […]
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡ଼ନାବିସଙ୍କ ସହ ବୈଠକ କରିଛନ୍ତି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏହି ବୈଠକରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଅଧିକାଂଶ ଆସନରେ ବୁଝାମଣା ସ୍ଥିର ହୋଇଛି। ଆଜି ସକାଳେ ମଧ୍ୟ ପାୱାର ଏବଂ ଫଡ଼ନାବିସ ଶାହଙ୍କୁ ଭେଟିଛନ୍ତି। ସୂଚନାନୁଯାୟୀ ବିଜେପି ୩୨ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପାୱାରଙ୍କ ଗୋଷ୍ଠୀକୁ ପାଖାପାଖି ୩ଟି ଆସନ ମିଳିପାରେ। ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ୧୦ ଆସନ ମିଳିପାରେ। ଶିବସେନା ଏବଂ ଏନସିପି ୪ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିପାରନ୍ତି। ମିଳିଥିବା ସୂଚନାନୁଯାୟୀ ସହରର ସହୟାଦ୍ରି ଷ୍ଟେଟ୍ ଗେଷ୍ଟ୍ ହାଉସରେ ଗତକାଲି ରାତିରେ ବୈଠକ ହୋଇଥିଲା। ବୈଠକରେ ଶାହ ଉଭୟ ନେତାଙ୍କୁ ଆକ୍ରୋଶରୁ ଦୂରେଇ ରହିବାକୁ ଏବଂ ଆସନ ଦାବି କରିବାବେଳେ ଯୁକ୍ତିଯୁକ୍ତ କଥା କହିବାପାଇଁ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨ ତାରିଖରେ ବିଜେପି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରଥିଲା। କିନ୍ତୁ ଏଥିରେ ମହାରାଷ୍ଟ୍ରରୁ କେହି ଜଣେ ହେଲେ ନେତା ନଥିଲେ। ଇତି ମଧ୍ୟରେ ଅଜିତ ପାୱାର ରାଜ୍ୟରେ ପାଖାପାଖି ୧୬ ଟି ଆସନ ଉପରେ ସମୀକ୍ଷା ପାଇଁ ଯୋଜନା କରୁଛନ୍ତି। ଅଜିତ ପାୱାରଙ୍କ ଦଳ ପାଖରେ ଏବେ କେବଳ ଗୋଟିଏ ଲୋକସଭା ଆସନ ରହିଛି ଏବଂ ତାହା ହେଉଛି ରାୟଗଡ଼। ଦଳୀ୍ର ସଭାପତି ସୁନିଲ ତତକରେ ଏହି ଆସନକୁ ପ୍ରତିନିଧିତ୍ବ କରୁଛନ୍ତି।




