ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ
ମୁମ୍ବାଇ : ମହାରାଷ୍ଟ୍ରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମହାରାଷ୍ଟ୍ରର ବୁଲଦନା ଜିଲ୍ଲା ଅଧୀନସ୍ଥ ପଲସଖେଡ଼ ଚକ୍କା ଗ୍ରାମ ନିକଟରେ ଆଜି ସକାଳ ୭ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ମହାରାଷ୍ଟ୍ରର ଏକ ସରକାରୀ ବସ୍ ଆଜି ପୁନେରୁ ମେଖର ଅଭିମୁଖେ ଯାଉଥିବାବେଳେ ବାଟରେ ଏହା ଏକ କଣ୍ଟେନର ଟ୍ରକ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। […]
ମୁମ୍ବାଇ : ମହାରାଷ୍ଟ୍ରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମହାରାଷ୍ଟ୍ରର ବୁଲଦନା ଜିଲ୍ଲା ଅଧୀନସ୍ଥ ପଲସଖେଡ଼ ଚକ୍କା ଗ୍ରାମ ନିକଟରେ ଆଜି ସକାଳ ୭ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ମହାରାଷ୍ଟ୍ରର ଏକ ସରକାରୀ ବସ୍ ଆଜି ପୁନେରୁ ମେଖର ଅଭିମୁଖେ ଯାଉଥିବାବେଳେ ବାଟରେ ଏହା ଏକ କଣ୍ଟେନର ଟ୍ରକ୍ ଉପରକୁ ମାଡ଼ି ଯାଇଥିଲା। ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ବୋଲି ସିନ୍ଦଖେଡ଼ ରାଜା ଥାନା ଅଧିକାରୀ କେଶବ ସିଂହ କହିଛନ୍ତି।




