ମହାରାଷ୍ଟ୍ରରେ ପ୍ରସାଦ ଖାଇ ୩୦୦ରୁ ଅଧିକ ଲୋକ ଅସୁସ୍ଥ, ରାସ୍ତା ଉପରେ ଚାଲିଲା ଚିକିତ୍ସା
ମୁମ୍ବାଇ : ମହାରାଷ୍ଟ୍ରର ବୁଲଧନା ଜିଲ୍ଲାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଯାଇଛନ୍ତି। ବୁଲଧନା ଜିଲ୍ଲା ଅଧୀନସ୍ଥ ଲୋନାର ଅଞ୍ଚଳର ସୋମଥନା ଗ୍ରାମରେ ଚାଲିଥିବା ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ‘ହରିନାମ ସପ୍ତାହ’ର ଶେଷ ଦିନରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ସମସ୍ତ ରୋଗୀଙ୍କର ଚିକିତ୍ସା ହୋଇପାରିନି। ବେଡ୍ ଅଭାବରୁ ଅଧିକାଂଶ ରୋଗୀଙ୍କର ରାସ୍ତା ଉପରେ ଚିକିତ୍ସା […]
ମୁମ୍ବାଇ : ମହାରାଷ୍ଟ୍ରର ବୁଲଧନା ଜିଲ୍ଲାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରସାଦ ଖାଇ ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଯାଇଛନ୍ତି। ବୁଲଧନା ଜିଲ୍ଲା ଅଧୀନସ୍ଥ ଲୋନାର ଅଞ୍ଚଳର ସୋମଥନା ଗ୍ରାମରେ ଚାଲିଥିବା ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ‘ହରିନାମ ସପ୍ତାହ’ର ଶେଷ ଦିନରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ସମସ୍ତ ରୋଗୀଙ୍କର ଚିକିତ୍ସା ହୋଇପାରିନି। ବେଡ୍ ଅଭାବରୁ ଅଧିକାଂଶ ରୋଗୀଙ୍କର ରାସ୍ତା ଉପରେ ଚିକିତ୍ସା ଚାଲିଛି। ରାସ୍ତା ଉପରେ ରୋଗୀ ଚିକିତ୍ସା ହେଉଥିବାବେଳେ ଗଛରୁ ଏକ ଦଉଡ଼ି ବାନ୍ଧି ସେମାନଙ୍କୁ ସାଲାଇନ ଦେବାର ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସୋମଥନା ଏବଂ ଖପରଖେଡ଼ ଗ୍ରାମର ଭକ୍ତମାନେ ପ୍ରସାଦ ସେବନ ପାଇଁ ମନ୍ଦିରକୁ ଆସିଥିଲେ। ପ୍ରସାଦ ସେବନ ପରେ ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ସେମାନଙ୍କର ବାନ୍ତି ଓ ପେଟରେ ଯନ୍ତ୍ରଣା ହୋଇଥିଲା। ଅସୁସ୍ଥମାନଙ୍କୁ ବିବି ଗ୍ରାମରେ ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ବେଡ୍ ଅଭାବରୁ ସେମାନଙ୍କୁ ହସ୍ପିଟାଲ ବାହାରେ ରାସ୍ତା ଉପରେ ଚିକିତ୍ସା କରାଯାଇଥିଲା।




