ମହାରାଷ୍ଟ୍ରରେ ପ୍ରତିଦିନ ୭୦ ମହିଳା ନିଖୋଜ ହେଉଛନ୍ତି

ମୁମ୍ବାଇ : ମହାରାଷ୍ଟ୍ରରେ ପ୍ରତିଦିନ ୭୦ ମହିଳା ଏବଂ ଝିଅ ନିଖୋଜ ହେଉଛନ୍ତି। ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳ ନେତା ଅମ୍ବାଦାସ ଡାନଭେ ଆଜି ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଏକ ଚିଠି ଲେଖି ଡାନଭେ ଆଜି ଏହି ଦାବି କରିଛନ୍ତି। ଶିବସେନା (ୟୁବିଟି) ନେତା ଡାନଭେ କହିଛନ୍ତି, ଏହା ଜଣାପଡ଼ିଛି ଯେ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ୫,୫୧୦ ମହିଳା ଏବଂ ଝିଅ ରାଜ୍ୟରୁ ନିଖୋଜ ହୋଇଯାଇଛନ୍ତି। ଜାନୁଆରିରେ ୧୬୦୦ ମହିଳା […]

Samaya Live Picture
Published On

ମୁମ୍ବାଇ : ମହାରାଷ୍ଟ୍ରରେ ପ୍ରତିଦିନ ୭୦ ମହିଳା ଏବଂ ଝିଅ ନିଖୋଜ ହେଉଛନ୍ତି। ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳ ନେତା ଅମ୍ବାଦାସ ଡାନଭେ ଆଜି ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଏକ ଚିଠି ଲେଖି ଡାନଭେ ଆଜି ଏହି ଦାବି କରିଛନ୍ତି। ଶିବସେନା (ୟୁବିଟି) ନେତା ଡାନଭେ କହିଛନ୍ତି, ଏହା ଜଣାପଡ଼ିଛି ଯେ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ୫,୫୧୦ ମହିଳା ଏବଂ ଝିଅ ରାଜ୍ୟରୁ ନିଖୋଜ ହୋଇଯାଇଛନ୍ତି। ଜାନୁଆରିରେ ୧୬୦୦ ମହିଳା ନିଖୋଜ ହୋଇଥିବାବେଳେ ଫେବୃଆରିରେ ୧୮୧୦ ଏବଂ ମାର୍ଚ୍ଚରେ ୨,୨୦୦ ମହିଳା ନିଖୋଜ ହୋଇଛନ୍ତି। ରାଜ୍ୟରେ ମହିଳା ଏବଂ ଶିଶୁମାନେ ନିାଖୋଜ ହେବା ଘଟଣା ବୃଦ୍ଧି ପାଉଛି। ତେଣୁ ରାଜ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Tags: