ମହାରାଷ୍ଟ୍ର‌ରେ ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମହାରାଷ୍ଟ୍ର ଧୁୂଲେ ଜିଲ୍ଲାର ମୁମ୍ବାଇ-ଆଗ୍ରା ରାଜପଥରେ ଆଜି ଏକ କଣ୍ଟେନର ଟ୍ରକ୍‌ ଏକ କାର୍‌ ସହ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ଟି ଧୁଲେରୁ ମଧ୍ୟପ୍ରଦେଶକୁ ଯାଉଥିଲା। ଆଜି ସକାଳ ୧୦.୪୫ ସମୟରେ ପଲସନେର ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସ୍ଥଳର ସିସିଟିଭି ଫୁଟେଜରୁ ଦେଖିବାକୁ […]

Samaya Live Picture
Published On

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମହାରାଷ୍ଟ୍ର ଧୁୂଲେ ଜିଲ୍ଲାର ମୁମ୍ବାଇ-ଆଗ୍ରା ରାଜପଥରେ ଆଜି ଏକ କଣ୍ଟେନର ଟ୍ରକ୍‌ ଏକ କାର୍‌ ସହ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ଟି ଧୁଲେରୁ ମଧ୍ୟପ୍ରଦେଶକୁ ଯାଉଥିଲା। ଆଜି ସକାଳ ୧୦.୪୫ ସମୟରେ ପଲସନେର ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସ୍ଥଳର ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଟ୍ରକ୍‌ଟି ଫୁଲ ସ୍ପିଡ୍‌ରେ ଯାଉଥିବାବେଳେ କାର୍‌ ସହ ଖୁବ୍‌ ଜୋର ପିଟି ହୋଇଥିଲା। ରାସ୍ତା କଡ଼ରେ ଠିଆ ହୋଇଥିବା କିଛି ଲୋକ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି। ବସ୍‌ ଷ୍ଟପ୍‌‌ରେ ବସ୍‌ ପାଇଁ ଅପେକ୍ଷା କରିଥିବା ଅଧିକାଂଶ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆହତମାନଙ୍କୁ ଶିରପୁର ଏବଂ ଧୁଲେର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Tags: