ମହାରାଷ୍ଟ୍ରରେ ପୁଣି ଆଉ ୭ ରୋଗୀଙ୍କ ମୃତ୍ୟୁ
ମୁମ୍ବାଇ : ମହାରାଷ୍ଟ୍ରର ନାଣ୍ଡେଡ ଜିଲ୍ଲାର ଡକ୍ଟର ଶଙ୍କରରାଓ ଚହ୍ବାନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପୁଣି ଆଉ ୭ ରୋଗୀଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲ୍ରେ ମୋଟ୍ ୧୫ ଶିଶୁ ଏବଂ ୧୬ ଜଣ ବୟସ୍କ ଲୋକଙ୍କର ମୃତ୍ୟୁ ହେଲାଣି। ତେବେ ନାଣ୍ଡେଡ ଜିଲ୍ଲା ସୂଚନା ଅଫିସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି କୁହାଯାଇଛି ଯେ ଡକ୍ଟର ଶଙ୍କରରାଓ ଚହ୍ବାନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧ […]
ମୁମ୍ବାଇ : ମହାରାଷ୍ଟ୍ରର ନାଣ୍ଡେଡ ଜିଲ୍ଲାର ଡକ୍ଟର ଶଙ୍କରରାଓ ଚହ୍ବାନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପୁଣି ଆଉ ୭ ରୋଗୀଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲ୍ରେ ମୋଟ୍ ୧୫ ଶିଶୁ ଏବଂ ୧୬ ଜଣ ବୟସ୍କ ଲୋକଙ୍କର ମୃତ୍ୟୁ ହେଲାଣି। ତେବେ ନାଣ୍ଡେଡ ଜିଲ୍ଲା ସୂଚନା ଅଫିସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି କୁହାଯାଇଛି ଯେ ଡକ୍ଟର ଶଙ୍କରରାଓ ଚହ୍ବାନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧ ମଧ୍ୟରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅକ୍ଟୋବର ୧ରୁ ୨ ମଧ୍ୟରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ମେଡିସିନ ଅଭାବରୁ ହସ୍ପିଟାଲରେ ଏତେ ଗୁଡ଼ିଏ ମୃତ୍ୟୁ ହୋଇଯାଇଛି ବୋଲି ସୋମବାର ଦିନ ହସ୍ପିଟାଲ କର୍ତ୍ତୃପକ୍ଷମାନେ କହିଥିଲେ। କିନ୍ତୁ ହସ୍ପିଟାଲ ପକ୍ଷରୁ ମଙ୍ଗଳବାର ଏକ ବିବୃତି ଜାରି କରି କୁହାଯାଇଛି ଯେ ହସ୍ପିଟାଲରେ ମେଡିସିନର ଅଭାବ ନାହିଁ ଏବଂ ରୋଗୀମାନେ ସେମାନଙ୍କ ଅତ୍ୟଧିକ ଗୁରୁତର ଥିବାରୁ ସେମାନଙ୍କର ମୃତ୍ୟୁ ହୋଇଛି। ନାଣ୍ଡେଡ୍ ହସ୍ପିଟାଲ ମୃତ୍ୟୁ ଘଟଣାରେ ଆଜି କ୍ୟାବିନେଟ୍ ବୈଠକ ହୋଇଛି।




