ମହାରାଷ୍ଟ୍ରରେ ଗୋଟିଏ ମଞ୍ଚରେ ମୋଦୀ-ପାୱାର

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ‌ ମୋଦୀଙ୍କୁ ଆଜି ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ମିଳିଛି। ‌ଲୋକମାନ୍ୟ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶରଦ ପାୱାରଙ୍କୁ ମୁଖ୍ୟ ଅତିଥି କରାଯାଇଥିଲା। ତେବେ ପାୱାର ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାପାଇଁ ତାଙ୍କୁ ଦଳର ନେତା ଏବଂ ଅନ୍ୟ ମେଣ୍ଟ ସହଯୋଗୀମାନେ ମନା କରିଥିଲେ। କିନ୍ତୁ ଶରଦ ପାୱାର […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ‌ ମୋଦୀଙ୍କୁ ଆଜି ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ମିଳିଛି। ‌ଲୋକମାନ୍ୟ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶରଦ ପାୱାରଙ୍କୁ ମୁଖ୍ୟ ଅତିଥି କରାଯାଇଥିଲା। ତେବେ ପାୱାର ଏହି କାର୍ଯ୍ୟକ୍ରମରେ ଯୋଗ ନଦେବାପାଇଁ ତାଙ୍କୁ ଦଳର ନେତା ଏବଂ ଅନ୍ୟ ମେଣ୍ଟ ସହଯୋଗୀମାନେ ମନା କରିଥିଲେ। କିନ୍ତୁ ଶରଦ ପାୱାର ମୋଦୀଙ୍କ ସହ ଗୋଟିଏ ମଞ୍ଚରେ ଯୋଗ ଦେଇଛନ୍ତି। ମଞ୍ଚରେ ଆଜି ଉଭୟ ନେତା ପରସ୍ବରକୁ ସ୍ବାଗତ କରିଛନ୍ତି ଏବଂ ଶୁଭେଚ୍ଛା ଜଣାଇଛନ୍ତି। ମଞ୍ଚରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ତାଙ୍କ ଉପମୁଖ୍ୟ ଦେବେନ୍ଦ୍ର ଫଡ଼ନାବିସ ଏବଂ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ।

Tags: