ମହାରାଷ୍ଟ୍ରରେ ଗୋଟିଏ ଦିନରେ ୭୦୦ କୋଭିଡ୍ ମାମଲା; ୫ ମାସରେ ସର୍ବାଧିକ
ମୁମ୍ବାଇ: ମହରାଷ୍ଟ୍ରରେ ଗୋଟିଏ ଦିନରେ ପାଖାପାଖି ୭୦୦ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୫ ମାସ ମଧ୍ୟରେ ଦୈନିକ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧକ ସଂଖ୍ୟା। ଏହାଫଳରେ ରାଜ୍ୟରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ପାର୍ ହୋଇଥିଲା ବେଳେ ଗତ ୯ ଦିନରେ ସଂଖ୍ୟା ଦ୍ବିଗୁଣ ହୋଇଯାଇଛି। ଆଗକୁ କୋଭିଡ୍ ପରୀକ୍ଷା ହାର ବଢାଇ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ଏବଂ ସେମାନଙ୍କୁ ଆଇସୋଲେଟ୍ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ସୂଚନା […]
ମୁମ୍ବାଇ: ମହରାଷ୍ଟ୍ରରେ ଗୋଟିଏ ଦିନରେ ପାଖାପାଖି ୭୦୦ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୫ ମାସ ମଧ୍ୟରେ ଦୈନିକ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧକ ସଂଖ୍ୟା। ଏହାଫଳରେ ରାଜ୍ୟରେ ସକ୍ରିୟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ପାର୍ ହୋଇଥିଲା ବେଳେ ଗତ ୯ ଦିନରେ ସଂଖ୍ୟା ଦ୍ବିଗୁଣ ହୋଇଯାଇଛି। ଆଗକୁ କୋଭିଡ୍ ପରୀକ୍ଷା ହାର ବଢାଇ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାକୁ ଏବଂ ସେମାନଙ୍କୁ ଆଇସୋଲେଟ୍ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁଯାୟୀ, ଗୁରୁବାର ମହାରାଷ୍ଟ୍ରରେ ୬୯୪ ଜଣଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା ବେଳେ ବୁଧବାର ଏହି ସଂଖ୍ୟା ୪୮୩ ରହିଥିଲା। ଶେଷଥର ପାଇଁ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଦୈନିକ କୋଭିଡ୍ ମାମଲା ୭୦୦ ନିକଟତର ହୋଇଥିଲା। ମହାରାଷ୍ଟ୍ରର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି। ଏପରିକି ମୁମ୍ବାଇରେ ପଜିଟିଭ୍ ହାର ଗୁରୁବାର ୧୨ ପ୍ରତିଶତ ରେକର୍ଡ କରାଯାଇଛି। ଏଠାରେ ୧୯୨ ଟି ନୂଆ ମାମଲା ଚିହ୍ନଟ କରାଯିବା ସହ ମୋଟ ସକ୍ରିୟ ମାମଲା ୮୪୬ରେ ପହଞ୍ଚିଛି।




