ମହାରାଷ୍ଟ୍ରରେ କ୍ରେନ୍ ଦୁର୍ଘଟଣା, ୧୭ ମୃତ
ମୁମ୍ବାଇ : ମହାରାଷ୍ଟ୍ରର ଥାନେରେ ଆଜି ଏକ କ୍ରେନ୍ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁୃ ହୋଇଯାଇଛି। ଥାନେର ସମୃଦ୍ଧି ଏକ୍ସପ୍ରେସ ହାଇୱେର ତୃତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାର୍ଡର ଲଞ୍ଚର ମେସିନ୍ ଭୁଶୁଡ଼ି ପଡ଼ିବା ଫଳରେ ୧୭ ଜଣଙ୍କ ମୃ୍ତ୍ୟୁ ହୋଇଯାଇଛି। ଥାନେର ସରଲମ୍ବେ ଗ୍ରାମରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ଦୁର୍ଘଟଣା ହୋଇଛି। ଗାର୍ଡର ମେସିନ୍ ସହ ସଂଯୋଗ ହୋଇଥିବା କ୍ରେନ୍ ଏବଂ ସ୍ଲାବ୍ ୧୦୦ ଫୁଟ୍ ଉଚ୍ଚତାରୁ ଖସି ପଡ଼ିଥିଲା। ଫଳରେ […]
ମୁମ୍ବାଇ : ମହାରାଷ୍ଟ୍ରର ଥାନେରେ ଆଜି ଏକ କ୍ରେନ୍ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁୃ ହୋଇଯାଇଛି। ଥାନେର ସମୃଦ୍ଧି ଏକ୍ସପ୍ରେସ ହାଇୱେର ତୃତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାର୍ଡର ଲଞ୍ଚର ମେସିନ୍ ଭୁଶୁଡ଼ି ପଡ଼ିବା ଫଳରେ ୧୭ ଜଣଙ୍କ ମୃ୍ତ୍ୟୁ ହୋଇଯାଇଛି। ଥାନେର ସରଲମ୍ବେ ଗ୍ରାମରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହି ଦୁର୍ଘଟଣା ହୋଇଛି। ଗାର୍ଡର ମେସିନ୍ ସହ ସଂଯୋଗ ହୋଇଥିବା କ୍ରେନ୍ ଏବଂ ସ୍ଲାବ୍ ୧୦୦ ଫୁଟ୍ ଉଚ୍ଚତାରୁ ଖସି ପଡ଼ିଥିଲା। ଫଳରେ ଏକ ବଡ଼ ଦୁର୍ଘଟଣା ଘଟିଗଲା। ମୃତକଙ୍କ ଶରୀରକୁ ସ୍ଥାନୀୟ ହସ୍ପିଟାଲ୍ ନିଆଯାଇଛି। ଆହତମାନଙ୍କୁ ବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ରବିନ୍ଦ୍ର ଚହ୍ବାନ କହିଛନ୍ତି, ମୃତକଙ୍କ ମଧ୍ୟରେ ୩ ଜଣ ଇଞ୍ଜିନିୟର ଅଛନ୍ତି। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।




