ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିର ସଙ୍କେତ, ନୂଆ ଓମିକ୍ରନ୍‌ ଉପପ୍ରଜାତି ‘ଏରିସ୍‌’ ଚିହ୍ନଟ

ପୁନେ: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିର ସଙ୍କେତ ଦେଖିବାକୁ ମିଳିଛି। ବ୍ରି‌ଟେନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌ ଉପପ୍ରଜାତି ‘ଇଜି.୫.୧’ ତଥା ଏରିସ୍‌ ଭାଇରସ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ବିଜେ ମେଡିକାଲ କଲେଜର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଗତ ମେ’ରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଇଜି.୫.୧ ଚିହ୍ନଟ ହୋଇଥିଲା। କିନ୍ତୁ ୨ ମାସ ମଧ୍ୟରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନି। ଜୁନ୍‌ ଏବଂ ଜୁଲାଇରେ ସଂକ୍ରମଣ‌ରେ ସେଭଳି ବୃଦ୍ଧି ହୋଇନାହିଁ। […]

Samaya Live Picture
Published On

ପୁନେ: ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିର ସଙ୍କେତ ଦେଖିବାକୁ ମିଳିଛି। ବ୍ରି‌ଟେନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌ ଉପପ୍ରଜାତି ‘ଇଜି.୫.୧’ ତଥା ଏରିସ୍‌ ଭାଇରସ ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି। ବିଜେ ମେଡିକାଲ କଲେଜର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଗତ ମେ’ରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଇଜି.୫.୧ ଚିହ୍ନଟ ହୋଇଥିଲା। କିନ୍ତୁ ୨ ମାସ ମଧ୍ୟରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନି। ଜୁନ୍‌ ଏବଂ ଜୁଲାଇରେ ସଂକ୍ରମଣ‌ରେ ସେଭଳି ବୃଦ୍ଧି ହୋଇନାହିଁ। ମହାରାଷ୍ଟ୍ରରେ ଏବେ ମୁଖ୍ୟତଃ ଅଧିକାଂଶ ଏକ୍ସବିବି.୧.୧୬ ଏବଂ ଏକ୍ସବିବି.୨.୩ ମାମଲା ଚିହ୍ନଟ ହେଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଜୁଲାଇ ଶେଷରେ କରୋନା ସଂକ୍ରମଣ ୭୦ ଥିବାବେଳେ ଅଗଷ୍ଟ ୬ରେ ସଂକ୍ରମଣ ୧୧୫କୁ ବୃଦ୍ଧି ପାଇଛି। ମୁମ୍ବାଇରେ ଏବେ ସକ୍ରିୟ ସଂକ୍ରମଣ ୪୩ ଏବଂ ପୁନେରେ ୩୪। ତେବେ ଜଣେ ବରିଷ୍ଠ ରାଜ୍ୟ ସରକାରୀ ଅଧିକାରୀ କହିିଛନ୍ତି, ବର୍ତ୍ତମାନ ସ୍ଥିତିରେ ସଂକ୍ରମଣ ବୃଦ୍ଧି ହୋଇଛି ବୋଲି ‌କହିହେବନି। ଗୋଟିଏ ସପ୍ତାହ ପାଇଁ ସ୍ଥିତିକୁ ଯାଞ୍ଚ କରାଯିବା ପରେ ଜଣାପଡ଼ିବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମସ୍ତ ଶ୍ବାସଜନିତ ସଂକ୍ରମଣ ବୃଦ୍ଧି ପାଇଥାଏ। ତେଣୁ ସ୍ଥିତିକୁ ଭଲଭାବେ ଯାଞ୍ଚ କରାଯାଉଛି। ତେବେ ଗତ ୩-୪ ଦିନ ଧରି ସଂକ୍ରମଣ ବଢ଼ିଛି ବୋଲି ସେ କହିଛନ୍ତି। ପୁନେର ନୋବଲ ହସ୍ପିଟାଲ୍‌ର ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଡ ଅମିତ ଦ୍ରାବିଡ କହିଛନ୍ତି, ଗତ ୧୫ ଦିନ ଧରି ସଂକ୍ରମଣ ବୃଦ୍ଧି ହୋଇଛି। ନିକଟରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଗତ ୧୫ ଦିନରେ ୧୦ରୁ ଅଧିକ କରୋନା ମାମଲା ଦେଖିବାକୁ ମିଳିଛି। ଏଥିରୁ ଅଧିକାଂଶ ମାମଲା ସାଧାରଣ। ୩ ଜଣ ରୋଗୀଙ୍କୁ ଆଇସିୟୁ ଦରକାର ପଡ଼ିଛି। ସେମାନେ ବୟସ୍କ ଏବଂ ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ରହିଛି।

Tags: