‘ମହାଭାରତରେ ଲଭ୍ ଜିହାଦ’ ଟିପ୍ପଣୀ ପାଇଁ କ୍ଷମା ମାଗିଲେ ଆସାମ କଂଗ୍ରେସ ମୁଖ୍ୟ
ଗୌହାଟୀ : ଆସାମ କଂଗ୍ରେସ ମୁଖ୍ୟଙ୍କ ‘ମହାଭାରତରେ ବି ଲଭ୍ ଜିହାଦ ହୋଇଛି’ ଟିପ୍ପଣୀ ପାଇଁ ପ୍ରବଳ ବିବାଦ ହେବାପରେ ସେ କ୍ଷମା ମାଗିଛନ୍ତି। ଗୋଲାଘାଟରେ ଟ୍ରିପଲ୍ ମର୍ଡର କେସ୍ ଏକ ଲଭ୍ ଜିହାଦ ମାମଲା ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିବା ପରେ ଆସାମ କଂଗ୍ରେସ ମୁଖ୍ୟ ଭୂପେନ ବୋରା ଭଗବାନ ଶ୍ରୀକୃଷ୍ଣଙ୍କର ରୁକ୍ମିଣୀଙ୍କ ସହ ସମ୍ପର୍କ କଥା କହିଥିଲେ। ପ୍ରେମ ଏବଂ ଯୁଦ୍ଧରେ ସବୁ କିଛି ଠିକ୍ । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ […]
ଗୌହାଟୀ : ଆସାମ କଂଗ୍ରେସ ମୁଖ୍ୟଙ୍କ ‘ମହାଭାରତରେ ବି ଲଭ୍ ଜିହାଦ ହୋଇଛି’ ଟିପ୍ପଣୀ ପାଇଁ ପ୍ରବଳ ବିବାଦ ହେବାପରେ ସେ କ୍ଷମା ମାଗିଛନ୍ତି। ଗୋଲାଘାଟରେ ଟ୍ରିପଲ୍ ମର୍ଡର କେସ୍ ଏକ ଲଭ୍ ଜିହାଦ ମାମଲା ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିବା ପରେ ଆସାମ କଂଗ୍ରେସ ମୁଖ୍ୟ ଭୂପେନ ବୋରା ଭଗବାନ ଶ୍ରୀକୃଷ୍ଣଙ୍କର ରୁକ୍ମିଣୀଙ୍କ ସହ ସମ୍ପର୍କ କଥା କହିଥିଲେ। ପ୍ରେମ ଏବଂ ଯୁଦ୍ଧରେ ସବୁ କିଛି ଠିକ୍ । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହିଥିଲେ ସେ ସମୟରେ ଅର୍ଜୁନ ଜଣେ ମହିଳା ଭାବେ ଛଦ୍ମବେଶରେ ଆସିଥିଲେ। ମହାଭାରତରେ ବି ଲଭ୍ ଜିହାଦ ହୋଇଛି ବୋଲି ବୋରା କହିଥିଲେ। ତେବେ ଆସାମ କଂଗ୍ରେସ ମୁଖ୍ୟଙ୍କର ଏହି ଟିପ୍ପଣୀ ପାଇଁ ରାଜ୍ୟରେ ବଡ଼ ଧରଣର ରାଜନୈତିକ ବିବାଦ ହୋଇଛି। ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି, ଯଦି ଉକ୍ତ ଘଟଣାରେ ପୁଲିସରେ ମାମଲା ରୁଜୁ ହେବ ତେବେ କଂଗ୍ରେସ ନେତା ଗିରଫ ହେବେ। ଏହାପରେ ଭୂପେନ ବୋରା ତାଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିଛନ୍ତି।




