ମହାଦେବ ବେଟିଂ ଆପ୍‌ ମାମଲା, କପିଲ ଶର୍ମା, ହୁମା କୁରେଶି ଏବଂ ହିନା ଖାନ୍‌ଙ୍କୁ ବି ଇଡି ସମନ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍‌ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରନବୀର କପୁରଙ୍କୁ ସମନ୍‌ କରିବାର ୨ ଦିନ ପରେ ଆଜି କମେଡିଆନ କପିଲ ଶର୍ମା ଏବଂ ଅଭିନେତା ହୁମା କୁରେଶି ଏବଂ ହିନା ଖାନ୍‌ଙ୍କୁ ସମନ୍‌ କରିଛି। ଇଡି ରନବୀର କପୁରଙ୍କୁ ଏହି ମାମଲାରେ ଗତକାଲି ସମନ କରିଥିଲା। ଆପ୍‌ ପାଇଁ ପ୍ରଚାର ପ୍ରସାର କରୁଥିବା ଆହୁରି ଅନେକ ଏ ତାଲିକାର ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ୍‌ କରିଛି। ଇଡି ଅନୁଯାୟୀ ମାମଲାରେ ୧୪-୧୫ ଜଣ […]

Samaya Live Picture
Published On

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍‌ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରନବୀର କପୁରଙ୍କୁ ସମନ୍‌ କରିବାର ୨ ଦିନ ପରେ ଆଜି କମେଡିଆନ କପିଲ ଶର୍ମା ଏବଂ ଅଭିନେତା ହୁମା କୁରେଶି ଏବଂ ହିନା ଖାନ୍‌ଙ୍କୁ ସମନ୍‌ କରିଛି। ଇଡି ରନବୀର କପୁରଙ୍କୁ ଏହି ମାମଲାରେ ଗତକାଲି ସମନ କରିଥିଲା। ଆପ୍‌ ପାଇଁ ପ୍ରଚାର ପ୍ରସାର କରୁଥିବା ଆହୁରି ଅନେକ ଏ ତାଲିକାର ସେଲିବ୍ରିଟିଙ୍କୁ ମଧ୍ୟ ଇଡି ସମନ୍‌ କରିଛି। ଇଡି ଅନୁଯାୟୀ ମାମଲାରେ ୧୪-୧୫ ଜଣ ସେଲିବ୍ରିଟି ତଦନ୍ତ ପରିସରରେ ରହିଛନ୍ତି। ‌ସେମାନଙ୍କୁ ଖୁବ୍‌ଶୀଘ୍ର ସମନ୍‌ କରାଯିବ। ମହାଦେବ ଆପ୍‌ ପ୍ରତିଷ୍ଠାତା ମଧ୍ୟ ଆହୁରି ୪-୫ଟି ଏହିଭଳି ସମାନ ଆପ୍‌ ପରିଚାଳନା କରୁଛନ୍ତି। ଏଗୁଡ଼ିକୁ ୟୁଏଇରୁ ପରିଚାଳନା କରାଯାଉଛି।

Tags: